ଭୁବନ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଓ ବାର୍ଷିକୋତ୍ସବ

“ସୁସ୍ଥ ଶରୀର ପାଇଁ କ୍ରୀଡା ଅପରିହାର୍ଯ୍ୟ”

ଭୁବନ ୧୮/୧୨/୨୦୨୪ (ଓଡ଼ିଶା ସମାଚାର)- ଭୁବନ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।  ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରୁଦ୍ର ନାରାୟଣ ସାମଲ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ଚୈତନ୍ୟ ମିଶ୍ର ମୁଖ୍ୟ ଅତିଥି,ଗୋଷ୍ଠୀ ଶିକ୍ଷାଧିକାରୀ ଅଦୈତ୍ୟ କୁମାର ସାମଲ ବିଶିଷ୍ଟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ପୁଷ୍ପାଞ୍ଜଳି ମିଶ୍ର,ଶିକ୍ଷାବିତ୍ ଦିଲ୍ଲୀପ କୁମାର ତ୍ରିପାଠୀ,ଅଜୟ ପଣ୍ଡା, ଆଲୁମିନି କମିଟି ସଭାପତି ଇଂ ଦେବେନ୍ଦ୍ର ପୃଷ୍ଟି,ସଂଯୋଜକ ପୂର୍ଣ୍ଣ ଚନ୍ଦ୍ର ସାହୁ,ପରିଚାଳନା କମିଟି ସଭାପତି କେଦାର ଦାସ ପ୍ରମୁଖ ଯୋଗଦେଇଥିଲେ । ସୁସ୍ଥ ଶରୀର ଓ ସୁନ୍ଦର ସ୍ବାସ୍ଥ୍ୟ ପାଇଁ କ୍ରୀଡା ଅପରିହାର୍ଯ୍ୟ । ଶରୀର ସୁସ୍ଥ ରହିଲେ ପାଠ ପଢାରେ ଆଗ୍ରହ ଆସିବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଖେଳ ଶିକ୍ଷକ ସାଗର ଦାସ ମଞ୍ଚ ପରିଚାଳନା କରିଥିଲେ । ଏହି ଅବସରରେ ବିଦ୍ୟାଳୟ ଛାତ୍ର ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ ମାନେ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *