ଜୁନାଗଡ଼ ବ୍ୟାଡ଼ମିଣ୍ଟନ ଆସୋସିଏସନ ର ନୂତନ କର୍ମକର୍ତା ମନୋନୀତ ।

ଜୁନାଗଡ଼,୨୭/୦୧/୨୦୨୫ (ଓଡ଼ିଶା ସମାଚାର /ରାକେଶ ବେମାଲ)- ଆଗାମୀ ୨୦୨୫ ରୁ  ୨୦୨୮ ତିନି ବର୍ଷ ପାଇଁ ଜୁନାଗଡ଼ ବ୍ୟାଡ଼ମିଣ୍ଟନ ଆସୋସିଏସନ ର କର୍ମକର୍ତା ମନୋନୟନ ପାଇଁ ସ୍ଥାନୀୟ ବିଜୁ ପଟ୍ଟନାୟକ ଷ୍ଟାଡିଅମ ସ୍ଥିତ ଇଣ୍ଡୋର ହଲ ଠାରେ ପୂର୍ବତନ ସଭାପତି ହିମାଂଶୁ ଶେଖର ବରାଡ଼ ଙ୍କ ସଭାପତିତ୍ବ ରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭା ରେ ସର୍ବସମ୍ମତି କ୍ରମେ ହିମାଂଶୁ ଶେଖର ବରାଡ଼ ସଭାପତି, ସରୋଜ କୁମାର ପଣ୍ଡା କାର୍ଯ୍ୟକାରୀ ସଭାପତି, ଉପ ସଭାପତି ଉମେଶ କୁମାର ଜୈନ ଓ ନୀତିଶ ମହାପାତ୍ର,ସାଧାରଣ ସମ୍ପାଦକ ଭାବେ ସମୀର କୁମାର ସାହୁ, ଯୁଗ୍ମ ସମ୍ପାଦକ ସୁମନ ପାଣିଗ୍ରାହୀ, କୋଷାଧ୍ୟକ୍ଷ ଦିଲୀପ କୁମାର ପଣ୍ଡା ମନୋନୀତ ହୋଇଛନ୍ତି । ମୁଖ୍ୟ ଉପଦେଷ୍ଟା ଭାବେ ବିଧାୟକ ଦିବ୍ୟ ଶଙ୍କର ମିଶ୍ର, ଆଇନ ଉପଦେଷ୍ଟା ଆଇନଜୀବୀ ମଦନମୋହନ ସାହୁ ଓ କାର୍ଯ୍ୟକାରି ସଦସ୍ୟ ଭାବେ ଶୈଳେଶ କୁମାର ସାହୁ, ସନ୍ଦୀପ କୁମାର ସାହୁ,ମାନସ କୁମାର ସାହୁ,ବିଭୁତି ଭୂଷଣ ପଣ୍ଡା,ଚକ୍ରଧର ବାଗ, କାଳିଆ କନ୍ଦପାନ, ମହମ୍ମଦ ଜାଫର, ରାକେଶ କୁମାର ବେମାଲ, ଜଲୀ ପରlଭୋଇ, ରୋଜାଲିନ ନାୟକ, ଶିବାନୀ ଭାଟି ପ୍ରମୁଖ ମନୋନୀତ ହୋଇଛନ୍ତି । ଆଗାମୀ ଦିନରେ ରାଜ୍ୟ ସ୍ତରୀୟ ବ୍ୟlଡ଼ମିଣ୍ଟନ ଟୁର୍ନାମେଣ୍ଟ କରାଯିବ ପାଇଁ ସଭା ରେ ମତପ୍ରକାଶ ପାଇଥିଲା ।

Leave a Reply

Your email address will not be published. Required fields are marked *