ଭୁବନ ୦୮/୦୧/୨୦୨୫ (ଓଡ଼ିଶା ସମାଚାର)-ଭୁବନ ବ୍ଳକ ଅନ୍ତର୍ଗତ ଜିରାଳ ମହାବିଦ୍ୟାଳୟ ରେ ଯୁକ୍ତ ଦୁଇ ଛାତ୍ରୀମାନଙ୍କୁ ନେଇ ଏକ ଆତ୍ମ ରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ସୁଶାନ୍ତ କୁମାର ସାହୁ ଏହାକୁ ଆନୁଷ୍ଟାନିକ ଭାବେ ଉଦଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପକ ଲକ୍ଷ୍ମୀ ଧର ମିଶ୍ର, ଅଧ୍ୟାପକା (ସଂଯୋଜିକା )ମଧୁସ୍ମିତା ସ୍ୱାଇଁ, ପଦ୍ମାଳୟା ଷଡ଼ଙ୍ଗୀ,ରଶ୍ମିରାଣୀ ସ୍ୱାଇଁ, ପଦ୍ମଜିନି ବିଶ୍ୱାଳ,ବିଜୟ ଲକ୍ଷ୍ମୀ ସାମଲ ପ୍ରମୁଖ ଯୋଗ ଦେଇ ଆତ୍ମରକ୍ଷା କୌଶଳର ଗୁରୁତ୍ୱ ବିଷୟ ରେ ଆଲୋକ ପାତ କରିଥିଲେ । ମୋଟ ୯୯ ଜଣ ଛାତ୍ରୀଙ୍କୁ ନେଇ ଏହି ଶିବିର ଆଠ ଦିନ ଧରି ଚାଲିବ ବୋଲି ଜଣାପଡ଼ିଛି । ମାଷ୍ଟର ଟ୍ରେନର ସାଗରୀକା ସାହୁ ଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ପରିଶେଷ ରେ ସଂଯୋଜିକା ମଧୁସ୍ମିତା ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।
ବାଜିରାଉତ କଲେଜ
ଭୁବନ ବାଜି ରାଉତ ସ୍ମୃତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଛାତ୍ରୀ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି। ଅଧ୍ୟକ୍ଷ ଅଜିତ କୁମାର ବେହେରା ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟାପକ ପ୍ରଫୁଲ୍ଲ କୁମାର ଭୂୟାଁ, ଗୌରାଙ୍ଗ ଚରଣ ମହାରଣା, ଅନିଲ କୁମାର ଧିର, ପ୍ରଭାତ କୁମାର ଜେନା, ଗ୍ରନ୍ଥାଗାରିକ ନନ୍ଦ କିଶୋର ଧୀର, ମୂଖ୍ୟ କିରାଣୀ କୈଳାସ ଚନ୍ଦ୍ର ବେହେରା, ଆତ୍ମ ରକ୍ଷା କୌଶଳ ପ୍ରଶିକ୍ଷଣ ର ଉପଦେଷ୍ଟା ଡ଼ ଧାନି ମୂର୍ମୁ ,ଅଧ୍ୟାପିକା ମନସ୍ଵିନୀ ମହାପାତ୍ର ବାଳିକା ମାନଙ୍କ ର ଆତ୍ମରକ୍ଷା ସମ୍ବଧରେ ବିଭିନ୍ନ ସୋପାନ ଅବଲମ୍ବନ କରି କିପରି ଆତ୍ମ ରକ୍ଷା କରିପାରିବ ବୁଝାଇ ଥିଲେ। ବାଳିକା ମାନେ ଶୃଙ୍ଖଳିତ ହୋଇ ବିନା ଭୟ ରେ ଯେକୌଣସି ପରିସ୍ଥିତି କୁ ସାମ୍ନା କରିବା ପାଇଁ ଉପଦେଶ ଦେବା ସହ ସରକାର ଙ୍କ ଏହି ଯୋଜନାକୁ ଉଚ୍ଚ ପ୍ରଶଂସା କରିଥିଲେ।
ବାଲୁଙ୍କେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ
ଭୁବନ ବ୍ଲକ ଅନ୍ତର୍ଗତ ବାରୁଆଁ (ବି) ସ୍ଥିତ ଶ୍ରୀ ଶ୍ରୀ ବାଲୁଙ୍କେଶ୍ବର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀ ଆତ୍ମରକ୍ଷା ତାଲିମ ଶିବିର ଉଦଘାଟିତ ହୋଇଯାଇଛି ।ଅଧ୍ୟକ୍ଷ ରବି ନାରାୟଣ ସାହୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଆଜିର ସମାଜରେ ନାରୀ ନିର୍ଯାତନା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି,ଏଥିପାଇଁ ନିଜର ସୁରକ୍ଷା ପାଇଁ ଆତ୍ମରକ୍ଷା ତାଲିମ ନିତାନ୍ତ ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ। ଅଧ୍ୟାପକ ମଧୁ ସୁଦନ ପ୍ରଧାନ,ପ୍ରତାପ କୁମାର ବାରିକ,ନୃସିଂହ ଚରଣ ବେହେରା,ମନୋଜ କୁମାର ସାହୁ ,ଶାରୀରିକ କ୍ରୀଡା ଶିକ୍ଷକ ଲକ୍ଷ୍ମଣ କୁମାର ରାଉତ ପ୍ରମୁଖ ଉପସ୍ଥିତ ରହି ମାର୍ଗ ଦର୍ଶନ କରିଥିଲେ । ତାଲିମ ଶିବିର ସଂଯୋଜିକା କନକଲତା ମହାକୁଡ ଙ୍କ ତତ୍ତ୍ଵାବଧାନରେ ମାଷ୍ଟର ଟ୍ରେନର ଶୋଭା ନାୟକ ୫୧ ଜଣ ଛାତ୍ରୀଙ୍କୁ ତାଲିମ ପ୍ରଦାନ ଆରମ୍ଭ କରିଛନ୍ତି ।