ପୋଲିସର କୋହଳ ମନୋଭାବ ପାଇଁ ଅସନ୍ତୋଷ ତେଜିଲା,୫ ଦିନର ମହଲତ

କଟକ ସଦର,୨୮/୦୩/୨୦୨୬ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା): କିଶନନଗର ଥାନା ଅନ୍ତର୍ଗତ ସୋମପୁର ପଞ୍ଚାୟତ ଥୋରିଆପଡା ସରକାରୀ ସ୍କୁଲରେ ଗୋଟିଏ ନିର୍ଦ୍ଧିଷ୍ଟ ପରିବାର ର ସଦସ୍ୟ ମାନେ ଅବାଧରେ ପ୍ରବେଶ କରି ପ୍ରଧାନଶିକ୍ଷକଙ୍କୁ ମାରଧର କରିଵା ସହିତ ବିଦ୍ୟାଳୟର ଆସବାବପତ୍ର ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଥିଲା। ଏହି ପରିପ୍ରେକ୍ଷୀରେ ପୋଲିସ ଆଜି ଶନିବାର ଘଟଣାର ୧୦ ଦିନ ପରେ ମୁଖ୍ୟଅଭିଯୁକ୍ତା ଲେଡି ଦଵଙ୍ଗଗିରୀ ସୋନି ଓରଫ ନଜଵୁନ୍ ନିଶା ଵିଵି କୁ ଘରୁ ଉଠାଇ ନେଇ କୋର୍ଟ ଚାଲାଣ କରିବା ପରିବର୍ତ୍ତେ ଚାପର ବଶବର୍ତ୍ତୀ ହୋଇ କୋହଳ ମନୋଭାବ ପୋଷଣ କରି ଥାନା ରୁ ବ୍ୟକ୍ତିଗତ ମୁଚାଲିକାରେ ଛାଡି ଦେଇଥିବା ଜଣାପଡିଛି।

ଏହା ଜଣାପଡିବା ପରେ ଗ୍ରାମରେ ତୀବ୍ର ଅସନ୍ତୋଷ ଦେଖାଦେଵା ସହିତ ଏହାର ପ୍ରତିବାଦରେ ଜନପ୍ରତିନିଧି, ସ୍କୁଲ ପରିଚାଳନା କମିଟି, ଅଭିଭାବକ/ଅଭିଭାଵିକା ଓ ସାଧାରଣ ଲୋକେ ସ୍କୁଲ ପରିସରରେ ଏକ ମିଳିତ ବୈଠକରେ ଉପସ୍ଥିତ ରହି ପ୍ରସ୍ତାବ ମାନ ଗୃହିତ କରିଥିଲେ। ଆସନ୍ତା ୫ ଦିନ ମଧ୍ୟରେ ସମସ୍ତ ୮ ଜଣ ଅଭିଯୁକ୍ତଙ୍କୁ ଯଦି ଗିରଫ କରି କୋର୍ଟ ଚାଲାଣ କରାନଯାଏ ତେବେ ପିଲାମାନଙ୍କର ସୁରକ୍ଷା ଦୃଷ୍ଟିରୁ ସ୍କୁଲକୁ ଆଉ ପିଲାଙ୍କୁ ପଠାଯିବ ନାହିଁ ବୋଲି ଚେତାବନୀ ଦିଆଯାଇଛି।

ଏଥି ସହିତ ଉପଯୁକ୍ତ ସ୍ଥାନ ରେ ଧାରଣା ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି।ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ କୁ ମେଲ୍ ଯୋଗେ ଜଣାଇ ଦିଆଯାଇଥିବା ଜଣାଯାଇଛି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷ ସୁଶାନ୍ତ କୁମାର ସାହୁ, ଆଡଭୋକେଟ୍ ଅଜଗର ଅଲ୍ଲୀ, ପୂର୍ବତନ ସରପଂଚ ରୁପକ କୁମାର ସ୍ୱାଇଁ, ସମିତି ସଭ୍ୟା କୁନି ଭୋଇ,ସୟଦ ନୁର ଅଲ୍ଲୀ,ଫିରଦୋସ ହୁସେନ, ଜାକିର ଶେଖ୍,ମିନାହାଜ ଅଫସର, ସମାଜସେବୀ ସକିଲ ଅହେମଦ,ସମୀର ସେନାପତି, ମନୋରଞ୍ଜନ ସାହୁ ପ୍ରମୁଖ ବହୁ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *