ଭୁବନେଶ୍ୱର,୦୮/୦୧/୨୦୨୫ (ଓଡ଼ିଶା ସମାଚାର)- ପ୍ରତିବର୍ଷ ପରି ଚଳିତବର୍ଷ ଚନ୍ଦ୍ରଶେଖରପୁର ଉଚ୍ଚ ବିଦ୍ୟାଳୟ ଫେଜ୍-୧ର ପୁରାତନ ଛାତ୍ରଛାତ୍ରୀମାନଙ୍କ ବୈଠକ ଭୁବନେଶ୍ୱର ଉପକଣ୍ଠସ୍ଥ ଝୁମୁକା ଡ଼୍ୟାମ୍ ଠାରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଉକ୍ତ ବିଦ୍ୟାଳୟର ୩୨ଜଣ ପୁରାତନ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଯାହା ପୂର୍ବବର୍ଷ ତୁଳନାରେ ୪୦ ପ୍ରତିଶତ ଅଧିକ ବୋଲି ପୁରାତନ ଛାତ୍ର ସଭାପତି ତଥା ସମାଜସେବୀ ପ୍ରଭାସ ରଞ୍ଜନ ଦାସ ଘୋଷଣା କରିଥିଲେ । ପ୍ରତିବର୍ଷ ଏହି ଅନୁପାତରେ ଛାତ୍ରଛାତ୍ରୀମାନଙ୍କ ଯୋଗଦାନ ବୃଦ୍ଧି କରାଇବାକୁ ବ୍ୟାଚ୍ ର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଅନୁରୋଧ କରିବା ସହିତ ଏହି ଅଭିଯାନ ପ୍ରତିବର୍ଷ ସୁଚାରୁ ରୂପେ ଚାଲିବ ବୋଲି ମଧ୍ୟ ଘୋଷଣା କରିଥିଲେ ।ଏଥିରେ ପୁରାତନ ଛାତ୍ର ଅଲିତ ପଣ୍ଡା, ମଳୟ ବିଶ୍ୱାଳ, ଶୁଭେନ୍ଦୁ ସାହୁ ପ୍ରମୁଖ ସହଯୋଗ କରିଥିଲେ ।
ଚନ୍ଦ୍ରଶେଖରପୁର ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀଙ୍କ ବୈଠକ
