ଚୂଡାନ୍ତ ଭୋଟର ତାଲିକା ପ୍ରକାଶନ ନିମନ୍ତେ ରାଜନୈତିକ ଦଳ ପ୍ରତିନିଧି ମାନଙ୍କ ସହ ବୈଠକ

ଜଗତସିଂହପୁର, ୦୪/୦୧/୨୦୨୫ (ଓଡ଼ିଶା ସମାଚାର)- ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ୨୦୨୫ ଶେଷ ହେବା ପରେ ଚୂଡ଼ାନ୍ତ ଭୋଟର ତାଲିକା ଆସନ୍ତା ୬/୦୧/୨୫ ରେ ପ୍ରକାଶ ପାଇବ। ଏ ନେଇ ଆଜି ପୂର୍ବାହ୍ନ ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ଓସ୍ୱାନ୍ ଭି ସି ହଲ୍ ରେ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଙ୍କ ଅଧ୍ୟକ୍ଷତା ରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ରାଉତ,ଅତିରିକ୍ତ ଜିଲ୍ଲାପାଳ ପାରାଦ୍ଵୀପ, ଶ୍ରୀ ନିରଞ୍ଜନ ବେହେରା, ଉପ ଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ତରାଇ,ଡେପୁଟି କଲେକ୍ଟର, ଇଲେକ୍ସନ, ସୁଶ୍ରୀ ସନ୍ଧ୍ୟାଞ୍ଜଳି ମାଝୀ, ସହକାରୀ ଜିଲ୍ଲାପାଳ, ସୁଶ୍ରୀ କଳ୍ପିତା କୁମାରୀ ଜେନା ଏଵଂ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଆସନ୍ତା ୬ ତାରିଖ ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ସୂଚନା ଦେବା ସହ ପ୍ରତିନିଧି ମାନଙ୍କୁ ଏହି ତାଲିକା ସଂଗ୍ରହ କରିବା ପାଇଁ କହିଥିଲେ।

ସହକାରୀ ଜିଲ୍ଲାପାଳ ସୁଶ୍ରୀ କଳ୍ପିତା କୁମାରୀ ଜେନା ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ୨୦୨୫ ଅନୁଯାୟୀ ଭୋଟର ତାଲିକା ର ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ। ଏହି ଅନୁଯାୟୀ ଜିଲ୍ଲା ରେ ମୋଟ ୯୭୪୪୩୫ ଭୋଟର ରହିଛନ୍ତି। ସେଥି ମଧ୍ୟରୁ ୫୦୨୪୦୬ ପୁରୁଷ, ୪୭୧୯୩୬ ମହିଳା ଓ ୯୩ ଜଣ ତୃତୀୟ ଲିଙ୍ଗୀ ଭୋଟର ତାଲିକା ଭୁକ୍ତ ହୋଇଛନ୍ତି।୧୮ ରୁ ୧୯ ବର୍ଷ ର ୧୯୫୬୮ ଜଣ ଯୁବ ଭୋଟର ଓ ୧୪୨୧ ଜଣ ସର୍ଭିସ୍ ଭୋଟର  ରହିଛନ୍ତି। ଜିଲ୍ଲା ରେ ଲିଙ୍ଗ ଅନୁପାତ ପ୍ରତି ୧୦୦୦ ପୁରୁଷ ରେ ୯୩୯ ଜଣ ମହିଳା ଓ  ଇ ପି ରେସିଓ ୭୮ ରହିଥିବାର ଜିଲ୍ଲା ନିର୍ବାଚନ ବିଭାଗ ତରଫରୁ ସୂଚନା ମିଳିଛି। ଏଥି ସହିତ ଜଗତସିଂହପୁର ଜିଲ୍ଲା ରେ ୪ ନିର୍ବାଚନ ମଣ୍ଡଳୀ ରେ ମୋଟ୍ ୧୦୫୧ ଟି ବୁଥ ରହିଛି।

Leave a Reply

Your email address will not be published. Required fields are marked *