ପ୍ରଭାତ ବିଶ୍ଵାଳଙ୍କ ବିସ୍ପୋରକ ବୟାନ – ଏବେ ବିଜେଡ଼ି ରେ ରାବଣ ଓ କଂସ ଙ୍କ ରାଜୁତି ଚାଲିଛି 

କଟକ ସଦର,୦୪/୦୧/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା)- ଏଵେ ବିଜେଡ଼ି ରେ କଂସ ଓ ରାବଣଙ୍କ ରାଜୁତି ଚାଲିଛି ବୋଲି ବିଜେଡ଼ି ର ବରିଷ୍ଠ ନେତା ତଥା କଟକ ସଦର ଓ ଚୈ।ଦ୍ୱ।ର-କଟକ ର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଙ୍କ ବିସ୍ପୋରକ ବୟାନ ବିଜେଡ଼ି ଶିବିର ରେ କମ୍ପନ ସୃଷ୍ଟି କରିଛି। ଗତକାଲି (ଶୁକ୍ରବାର) ମହାନଦୀ ବିହାର ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇ ଶ୍ରୀ ବିଶ୍ୱାଳ କହିଥିଲେ ଯେ ବିଜେଡ଼ି ବିରୁଦ୍ଧରେ ଗଦା ଗଦା ଅଭିଯୋଗ ମୋ ପାଖରେ ଅଖାରେ ବନ୍ଧା ହୋଇରହିଛି। ଯେଉଁ ମାନେ ମୋତେ ଚିଟ ଫଣ୍ଡ ଠକେଇ ଘଟଣାରେ ଫସାଇ ଜେଲ୍ ପଠାଇଥିଲେ ,ସେମାନଙ୍କ କଥା ଭଗଵାନ ନ ବୁଝିଵା ପର୍ଯ୍ୟନ୍ତ ମୁଁ ନାଲି ରଙ୍ଗର ପୋଷାକ ପରିଧାନ କରିଚାଲିଥିଵି। ଦିନ ଥିଲା ତିନି ‘ପି’ ବିଜେଡ଼ି ର ଉନ୍ନତି ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଥିବା ବେଳେ ଦୁଇ ‘ପି’ଵିଜେଡି ର ଚାଣକ୍ୟ କୁହାଯାଉଥିବା ପ୍ୟାରୀମୋହନ, ପ୍ରଶାନ୍ତ ଆଜି ଦିବଙ୍ଗତ ହୋଇଥିବା ବେଳେ କେବଳ ମୁଁ ପ୍ରଭାତ ବିଶ୍ଵାଳ ‘ପି’ ବିଜେଡ଼ି ର ମୂଖା ଖୋଲିବାକୁ ରହିଛି ବୋଲି କହିବା ସହିତ ଦୁଇଜଣ ପୂର୍ବତନ ମନ୍ତ୍ରୀ ଦଳ ଭିତରେ ଅନ୍ତର୍ଘାତି କାର୍ଯ୍ୟ କରୁଥିବା କ୍ଷୋଭର ସହିତ କହିଛନ୍ତି। ସେ ଦୁଇଜଣ ପୂର୍ବତନ ମନ୍ତ୍ରୀ କିଏ ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନକୁ ଶ୍ରୀ ବିଶ୍ୱାଳ ଚତୁରତାର ସହିତ ଏଡାଇ ଦେଇଥିଲେ। ଗୋଟିକ ପରେ ଗୋଟିଏ ବିଜେଡ଼ି ନେତା ଙ୍କ ଅଭିଯୋଗ ଆଗାମୀ ଦିନରେ ବିଜେଡ଼ି କୁ କ୍ଷତାକ୍ତ କରିବା ସମ୍ଭାବନା କୁ ଏଡାଇ ଦେଇ ହେବ ନାହିଁ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି।

Leave a Reply

Your email address will not be published. Required fields are marked *