ଜଗନ୍ନାଥ ନଗର ବରିଷ୍ଠ ନାଗରିକ କ୍ଲବ ରେ ଇଂରାଜୀ ନୂତନ ବର୍ଷ ପାଳିତ

ଭୁବନେଶ୍ୱର,୦୩/୦୧/୨୦୨୪ (ଓଡ଼ିଶା ସମାଚାର)-ଜଗନ୍ନାଥ ନଗର ର ସ୍ଥାନୀୟ ବରିଷ୍ଠ ନାଗରିକ କ୍ଲବ ରେ ଇଂରାଜୀ ନୂତନ ବର୍ଷ ପାଳିତ ହୋଇଯାଇଛି । ଜଗନ୍ନାଥ ନଗର ସହ ଆଖପାଖ ମଳୟ ବିହାର, ଭାଗବତସନ୍ଧାନର ପ୍ରାୟ ୪୦ଜଣ ବରିଷ୍ଠ ନାଗରିକ ଏଥିରେ ଯୋଗ ଦେଇଥିଲେ । କ୍ଲବ ର ସଭାପତି ଶ୍ରୀ ନରେନ୍ଦ୍ର କୁମାର ଜେନାଙ୍କ ସଭାପତିତ୍ୱରେ ସଭା ପରିଚାଳନାହୋଇଥିଲା । ପରେ ସମସ୍ତଙ୍କ ମନେରଞ୍ଜନ ପାଇଁ କ୍ଲବ ର ସଭ୍ୟ ଶ୍ରୀ ଗୋଲେଖ ଚନ୍ଦ୍ର ରାଉତ ଓ ଶ୍ରୀ ବାଳକୃଷ୍ଣ କର ସଙ୍ଗୀତ ପରିବେଷଣ କରିଥିଲେ । ଶେଷରେ ଚା ଜଳଖିଆ ଖାଇସାରି ସଭାସାଙ୍ଗ ହୋଇଥିଲା । ପ୍ରତ୍ୟେକ ସନ୍ଧ୍ୟା ସମୟରେ ଅନୁ୍ୟନ ଏକ ଘଂଟା ବରିଷ୍ଠ ନାଗରିକମାନେ ଏକାଠି ବସି ମନୋରଞ୍ଜନ ସହିତ ସମୟ ଅତିବାହିତ କରନ୍ତି । ସ୍ଥାନୀୟ କର୍ପୋରେଟର ଶ୍ରୀମତୀ ବରିସଳଙ୍କ ପ୍ରଚେଷ୍ଟାରେ ଏକ କମୁ୍ୟନିଟିହଲ୍ ର ବ୍ୟବସ୍ଥା କରି ବରିଷ୍ଠ ନାଗରିକ ମାନଙ୍କୁ ତାହା ଯୋଗାଇ ଦେଇଥିବାରୁ ସମସ୍ତଙ୍କ ଲାଗି ସୁବିଧା ହୋଇପାରିଛି । ସେଥିପାଇଁ ସମସ୍ତ ବରିଷ୍ଠ ନାଗରିକ କର୍ପୋରେଟର ମହୋଦୟାଙ୍କୁ ଧନ୍ୟବାଦ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *