କଟକ,୧୮/୦୧/୨୦୨୬ (ଓଡିଶା ସମାଚାର /ଅଭୟ ଜେନା)କଟକ ଜିଲ୍ଲା ବୈୟାଳିଶ ମୌଜା ଠାରେ ଗୋଲ୍ଡେନ ଗ୍ରାସ ଫିଲ୍ମମ ପକ୍ଷରୁ ବୈୟାଳିଶ ମୌଜା କଳପଡ଼ାସ୍ଥିତ କଦମ୍ୱେଶ୍ୱର ମନ୍ଦିର ପରିସର ରେଅନୁଷ୍ଠିତ ସମାରୋହ ରେ ଚାରିଗୋଟି ନୂତନ କ୍ଷୁଦ୍ର ଚଳଚ୍ଚିତ୍ର ମୁକ୍ତିଲାଭ କରିଛି।

ଏହି ଚଳଚ୍ଚିତ୍ରଗୁଡିକ ର ପ୍ରଯୋଜକ ହେଉଛନ୍ତି ଡାକ୍ତର ହୃଦାନନ୍ଦ ଦାଶ ।ଚ଼ଳଚିତ୍ର ମାଧ୍ୟମ ରେ ମାନବ ସମାଜକୁ ଦିଗଦର୍ଶନ ପ୍ରଦାନ କରି ସେମାନଙ୍କ ମୂଲ୍ୟବାନ ଜୀବନ ରକ୍ଷା କରିବା ଏବଂ ସ୍ବାସ୍ଥ୍ୟ ସେବାରେ ବ୍ୟାପକ ଉନ୍ନତି ଆଣିବା ଏହି ଚଳଚ୍ଚିତ୍ରଗୁଡ଼ିକର ମୁଖ୍ୟ ଲକ୍ଷ୍ୟ । ମିଟୁ ମିଥୁନ ଙ୍କୁ ଏହି ସ୍ଵାସ୍ଥ୍ୟସେବା ଅଭିଯାନରେ ବ୍ରାଣ୍ଡ ଆମ୍ଵାସେଡର ଭାବେ ପ୍ରଯୋଜନା ସନ୍ଥା ପକ୍ଷରୁ ଘୋଷଣା କରାଯାଇଛି ।
