ସରସ୍ଵତୀ କଳା ପରିଷଦର ୨୧ ତମ ରାଜ୍ୟ ସ୍ତରୀୟ ପ୍ରତିଭା ମହୋତ୍ସବ

କଟକ ସଦର, ୦୪/୦୧/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା)- କଟକ ସଦର ଅନ୍ତର୍ଗତ କନ୍ଦରପୁର ଠାରେ ଥିବା ଅଗ୍ରଣୀ ସାଂସ୍କୃତିକ ସଂଗଠନ ସରସ୍ଵତୀ କଳା ପରିଷଦର ତିନି ଦିନିଆ ୨୧ ତମ ପ୍ରତିଷ୍ଠା ମହୋତ୍ସବ ସରସ୍ବତୀ ଶିଶୁ ମନ୍ଦିର ପରିସରରେ ମହାସମାରୋହରେ ଉଦଯାପିତ ହୋଇଯାଇଛି। ପରିଷଦର ସଭାପତି ପ୍ରତିଭା ଶତପଥୀ ଙ୍କ ପୈ।ରୋହିତ୍ୟ ଓ ପ୍ରତିଷ୍ଠାତା ସଂପାଦକ ନାଟ୍ୟକାର ଅଶୋକ ପଟ୍ଟନାୟକଙ୍କ ପରିଚାଳନାରେ ଆୟୋଜିତ ତିନି ଦିନିଆ ମହୋତ୍ସବ ର ବିଭିନ୍ନ ଦିବସରେ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ,ଚୈ।ଧୁରୀ ଡ଼ଃ ସତ୍ୟ ଦାସ, ପ୍ରଦୀପ୍ତ ମହାଳିକ,ସୁସାହିତ୍ୟକ ବୈଷ୍ଣବ ସାମଲ ପ୍ରମୁଖ ବହୁ ବ୍ୟକ୍ତିବିଶେଷ ଅତିଥି ଭାବେ ଯୋଗଦେଇ କୃତି ପ୍ରତିଭା ମାନଙ୍କୁ ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ପରିଷଦର ଚକ୍ରବର୍ତ୍ତୀ ଓତା, ପ୍ରାଧ୍ୟାପକ ପ୍ରଫୁଲ୍ଲ ଦାସ, ପ୍ରଭାତ ମଲ୍ଲିକ,ସୁରଜ୍ ବେହେରା, ଅମୀୟ ପଟ୍ଟନାୟକ, ଦୈତ୍ୟାରି ପ୍ରଧାନ ପ୍ରମୁଖ ସହାୟତା କରିଥିବା ବେଳେ ମିଡ଼ିଆ ସଂଯୋଜକ ଇଂ ସେବକ ଶ୍ରୀକାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ। ଉଦଯାପନୀ ସନ୍ଧ୍ୟା ରେ ନାଟ୍ୟକାର ଅଶୋକ ପଟ୍ଟନାୟକଙ୍କ ରଚିତ ଓ ନିର୍ଦ୍ଦେଶିତ ଏଵଂ ପରିଷଦର ଛାତ୍ର ଛାତ୍ରୀ ଙ୍କ ଅଭିନିତ ନାଟକ ‘ଦୁଃଖରେ କାନ୍ଦୁଛି ଦେଖିଵ ଆସ’ ବେଶ୍ ଉପଭୋଗ୍ୟ ହୋଇଥିଲା।

Leave a Reply

Your email address will not be published. Required fields are marked *