ପାଟକୁରା,୧୫/୦୩/୨୦୨୬ (ଓଡିଶା ସମାଚାର )-ଗରଦପୁର ବ୍ଳକ ଅଧୀନ ବେଡାରୀ ନରହରି ଭାଗବତ ଟୁଙ୍ଗି ପ୍ରାଙ୍ଗଣରେ ଆଜି ରବିବାର ପ୍ରତ୍ୟୁଷରୁ ଅଷ୍ଟମ ପ୍ରହରୀ ନାମ ଯଜ୍ଞ ଆରମ୍ଭ ହୋଇଛି । ଶ୍ରଦ୍ଧାଳୁ ମାନେ ନ।ମସଙ୍କିର୍ତନ ମଧ୍ୟରେ ପବିତ୍ର ଚିତ୍ରୋତ୍ପଳା ନଦୀରେ ସ୍ନାନ କରି ପୂଜାପାଠ ପୂର୍ବକ କଳସ ବୁଡାଇ ଅଧିବାସରେ ବୃନ୍ଦାବତୀ ଙ୍କ ନିକଟରେ ସ୍ଥାପନ କରିଥିଲେ । ଏହା ଆସନ୍ତାକାଲି ସୋମବାର ସକାଳେ ସରିବ ।
ନାମ ସଙ୍କିର୍ତନ ସରିବାପରେ ଶ୍ରଦ୍ଧାଳୁ ମାନେ ନଗର କୀର୍ତ୍ତନ ରେ ବେଡାରୀ, କୁଳତୁଠି ଓ ସୋଲପାଟ ଗ୍ରାମ ପରିକ୍ରମା କରିବେ ଓ ଅପରାହ୍ନରେ ଦଧିହାଣ୍ଡି ଭଙ୍ଗାଯିବାପରେ ପରେ ଅଷ୍ଟମ ପ୍ରହରୀ ନାମଯଜ୍ଞ ପରିସମାପ୍ତି ହେବ । ବେଡାରୀ ଗ୍ରାମର ଜନସାଧାରଣଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଚାନ୍ଦା ଭେଦା ଆଦାୟ କରାଯାଇ ଏହି ଧର୍ମୀୟ କାର୍ୟ୍ୟକ୍ରମ ଆରମ୍ଭ ହୋଇଛି ।
ଗ୍ରାମର ଯୁବକ, ବୟସ୍କ ବ୍ୟକ୍ତି, ମହିଳା ସମସ୍ତଙ୍କ ସହଯୋଗରେ ଏହି କାର୍ୟ୍ୟକ୍ରମ ଖୁବ ସରସ ସୁନ୍ଦର ହୋଇ ପାରୁଥିବାରୁ ସାଧାରଣରେ ଖୁବ ପ୍ରଶଂସା କରାଯାଉଛି । ମୁଖ୍ୟ ପୁରୋଧା ଭାବେ ନରୋତ୍ତମ ପଣ୍ଡା ଓ ସହକାରୀ ପୁରୋଧାଭାବେ ଆଚାର୍ୟ୍ୟ ଉପେନ୍ଦ୍ରନାଥ ଦାଶ ଠାକୁରଙ୍କ ଦେବ ନିତୀ ସମ୍ପନ୍ନ କରୁଛନ୍ତି । ପ୍ରଶାନ୍ତ କୁମାର ବାରିକ ସହଯୋଗୀ ଭାବେ ପୁରୋଧାମାନଙ୍କୁ ସହଯୋଗ କରୁଛନ୍ତି । କର୍ତ୍ତାଭାବେ ଅଭୟ କୁମାର ବେହେରା ଓ ଶ୍ରୀମତୀ ବେହେରା ଠାକୁରଙ୍କ ପାଇଁ ସମର୍ପିତ ଅଛନ୍ତି ।
