ଜନ୍ମମାଟିରେ ସମାଜ ସଂସ୍କାରକ ବୈରାଗୀ ମିଶ୍ରଙ୍କ ୧୩୯ ତମ ରାଜ୍ୟ ସ୍ତରୀୟ ଜୟନ୍ତୀ

ମାହାଙ୍ଗା ,୧୭/୧୨/୨୦୨୩(ଓଡିଶା ସମାଚାର /ଅଭୟ ଜେନା )- ବିଖ୍ୟାତ ଗାନ୍ଧିବାଦୀ କର୍ମୀ, ସମାଜ ସଂସ୍କାରକ ତଥା ସାରସ୍ୱତ ସାଧକ ବୈରାଗୀ ମିଶ୍ରଙ୍କ ୧୩୯ ତମ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ମାହାଙ୍ଗା ବ୍ଲକ ଗୁଣୁପୁର ବରୁଣେଇ ପୀଠରେ ଅନୁଷ୍ଠିତ ହୋଇଯାଇଛି  ।  ସାହିତ୍ୟିକ ଡକ୍ଟର ଯୁଧିଷ୍ଠିର ଖଟୁଆ ଏହି ଉତ୍ସବକୁ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦଘାଟନ କରି ଉତ୍କଳ ମାଟିର ପ୍ରାତଃ ସ୍ମରଣୀୟ ପୁରୁଷ ସ୍ବର୍ଗତ ମିଶ୍ରଙ୍କ କୃତୀ ଓ କୀର୍ତ୍ତିର ମୂଲ୍ୟାୟନ କରିଥିଲେ  । ଉତ୍ସବରେ ମୁଖ୍ୟ ଅତିଥିଭାବେ ସାହିତ୍ୟିକ ତଥା ଗବେଷକ ପ୍ରଫେସର ଡକ୍ଟର ଭୁବନାନନ୍ଦ ସାହୁ ଯୋଗଦେଇ କୁସଂସ୍କାର ଓ ଅନ୍ଧ ବିଶ୍ୱାସ ବିରୁଦ୍ଧରେ ଏହି ଯଶସ୍ବୀ ପୁରୁଷଙ୍କ କ୍ରାନ୍ତିକାରୀ ଆନ୍ଦୋଳନ ମାନବ ସମାଜରେ ବଡ଼ ପରିବର୍ତନ ଆଣିପାରିଥିଲା ବୋଲି କହିଥିଲେ  ।  ସଂସଦର ସଭାପତି ଉପେନ୍ଦ୍ର ନାଥ ରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବକୁ ସାହିତ୍ୟିକ ଅଖିଳେଶ ମହାନ୍ତି ପରିଚାଳନା କରିଥିଲେ  ।

କାର୍ୟ୍ୟକ୍ରମରେ ବିଶିଷ୍ଟ ଅତିଥିଭାବେ ସାମ୍ବାଦିକ ଅକ୍ଷୟ କୁମାର ଦାଶ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ  ।  ମୁଖ୍ୟ ବକ୍ତା ଭାବେ ସାହିତ୍ୟିକ ସଚି ବେହେରା କହିଲେ ବୈରାଗୀ ମିଶ୍ର ଜାତିସ୍ମର ପୁରୁଷ ଥିଲେ ଓ ସମାଜ ସଂସ୍କାର ପାଇଁ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା  ।  ସମ୍ମାନିତ ଅତିଥିଭାବେ କବି ପ୍ରଶାନ୍ତ କର, ଅଧ୍ୟାପକ ସାହିତ୍ୟିକ ମନୋରଞ୍ଜନ ବେହୁରା  ପ୍ରମୁଖ ଯୋଗଦେଇ ଓଡ଼ିଆ ଜାତି ପାଇଁ ସଂସ୍କାରକ ବୈରାଗୀ ମିଶ୍ରଙ୍କ ଅମୁଲ୍ୟ ଅବଦାନ ଅବିସ୍ମରଣୀୟ ବୋଲି ମତବ୍ୟକ୍ତ କରିଥିଲେ  ।  ପୁଷ୍ପଗୁଛ ଉତ୍ତରୀୟ ମାନପତ୍ର ଅର୍ପଣ ସହ କବି ଉତ୍ତର ଜେନାଙ୍କୁ ବୈରାଗୀ ମିଶ୍ର ସ୍ମୁତି ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା   ।  ସ୍ଥାନୀୟ ଅଂଚଳର ଦୁସ୍ଥ ବୃଦ୍ଧ ବୃଦ୍ଧାଙ୍କୁ ଅନୁଷ୍ଠାନ ପକ୍ଷରୁ ଶୀତବସ୍ତ୍ର ଯୋଗାଇ ଦିଆଯାଇଥିଲା  ।  ଅଧ୍ୟାପକ ମନୋରଞ୍ଜନ ବେହୁରା ଧନ୍ୟବାଦ ଅର୍ପଣ କରିଥିଲେ  ।  ଏହି କାର୍ୟ୍ୟକ୍ରମରେ ଅଜୟ ରାଉତ, ମଧୁସୂଦନ ସାହୁ, ପ୍ରଣୟ ବଳବନ୍ତରାୟ, କ୍ଷମା ସାଗର ଦାସ, ଦୀପକ ପଲେଇ, ସଚିନ୍ଦ୍ର ସାହୁ,ବିଜୟ ରାଉତ, ରଜତ ଭୂୟାଁ, ଦେବେନ୍ଦ୍ର କର,ଉମେଶ ସାହୁ, ରାମକୃଷ୍ଣ ସାହୁ,ପର୍ଶୁରାମ ସାହୁ ପ୍ରମୁଖ ବହୁ ବୁଦ୍ଧିଜୀବୀ, ଛାତ୍ର, ଯୁବକ ମୁରବୀ ମାନେ ଉପସ୍ଥିତ ଥିଲେ    ।

Leave a Reply

Your email address will not be published. Required fields are marked *