ଜିଲାପାଳଙ୍କ କାର୍ଯ୍ୟାଳୟ ଷ୍ଟାଫ କମିଟି ପକ୍ଷରୁ ରକ୍ତଦାନ ଶିବିର

କେନ୍ଦ୍ରାପଡ଼ା, ୦୧/୦୧/୨୦୨୫ (ଓଡ଼ିଶା ସମାଚାର)- ଜିଲାପାଳଙ୍କ କାର୍ଯ୍ୟାଳୟ ଷ୍ଟାଫ୍ କମିଟି ପକ୍ଷରୁ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଇଂରାଜୀ ନବବର୍ଷ ଉପଲକ୍ଷେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ  ଜିଲା କାର୍ଯ୍ୟାଳୟ ଷ୍ଟାଫ କମିଟି ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହଠାରେ ଆରମ୍ଭ ହୋଇଥିଲା ଏକ ନିଆରା ଓ ମାନବଧର୍ମୀ ମହତ କାର୍ଯ୍ୟ “ରକ୍ତଦାନ ଶିବିର” । ଜିଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଏହାକୁ ଶୁଭ ଉଦ୍ଘାଟନ କରିବା ସହ ଏଭଳି ମହତ କାର୍ଯ୍ୟ ପାଇଁ ଷ୍ଟାଫ୍ କମିଟିର ସଭାପତି ତଥା ଅନ୍ୟ ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ରକ୍ତଦାନ ଶିବିରରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନୀଲୁ ମହାପାତ୍ର, ଉପ-ଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନ, ସମସ୍ତ ଜିଲାସ୍ତରୀୟ ଅଧିକାରୀ, ଜିଲା କାର୍ଯ୍ୟାଳୟ ଷ୍ଟାଫ୍ କମିଟିର ସଭାପତି, ସମ୍ପାଦକ, କର୍ମକର୍ତା ଓ କର୍ମଚାରୀମାନେ ଯୋଗ ଦେଇଥିଲେ । ଏଥିରେ ମୋଟ ୫୫ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା  ।

Leave a Reply

Your email address will not be published. Required fields are marked *