ଭୁବନେଶ୍ୱର,୨୯/୧୨/୨୦୨୪ (ଓଡ଼ିଶା ସମାଚାର)- ବିଶିଷ୍ଟ ଜନନେତା ସ୍ୱର୍ଗତ ଅଶୋକ ଦାସଙ୍କର ୧୫ ତମ ଶ୍ରାଦ୍ଧବାର୍ଷିକ ଉତ୍ସବ ଆଜି ସ୍ଥାନୀୟ ଗୀତ ଗୋବିନ୍ଦ ସଦନ, ଭୁବନେଶ୍ୱରଠାରେ ଦିବା ୧୧.୩୦ମିନିଟ୍ ସମୟରେ “ଅଶୋକ ଦାସ ସ୍ମୃତି କମିଟ” ପକ୍ଷରୁ ପାଳିତ ହୋଇଯାଇଅଛି । ଏହି ସ୍ମୃତିସଭାରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ମୁନା ଖାଁ, ମୁଖ୍ୟବକ୍ତା ଭାବେ ସମାଜସେବୀ ଶ୍ରୀଯୁକ୍ତ ଭବାନୀ ଶଙ୍କର ଜଗଦ୍ଧେବ ପ୍ରମୁଖ ଯୋଗଦେଇଥିଲେ । ଏହି ସ୍ମୃତିସଭାରେ ସ୍ମୃତି କମିଟିର ସଭାପତି ଶ୍ରୀଯୁକ୍ତ ଦିଗମ୍ବର ଜେନା ଏବଂ ସମ୍ପାଦିକା କୁଞ୍ଜଲତା ଭିତି୍ରୟା ସଭାପତିତ୍ୱ କରିଥିଲେ । ମୁଖ୍ୟଅତିଥି ଓ ମୁଖ୍ୟବକ୍ତା ତାଙ୍କ ଅଭିଭାଷଣରେ କହିଥିଲେ ଅଶୋକ ଦାସ ଥିଲେ ଜୀବନବ୍ୟାପୀ ସଂଗ୍ରାମ, ଜନସେବା ଏବଂ ଓଡ଼ିଶା ରାଜନୀତିରେ ତାଙ୍କର ଉଲ୍ଲେଖଯୋଗ୍ୟ ଭୂମିକା ସମ୍ପର୍କରେ ଆଲୋକପାତ କରି ବିଗତ ୫୦ ବର୍ଷର ଓଡ଼ିଶାର ରାଜନୈତିକ ଇତିହାସରେ ନିଜର ଏକ ସ୍ୱତନ୍ତ୍ର ଛାପ ଛାଡ଼ିଯାଇଥିବା ବିଶିଷ୍ଟ ସମାଜବାଦୀ ଜନନେତା ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଘନିଷ୍ଠ ସହଯୋଗୀ, ପଟ୍ଟଶିଷ୍ୟ ଓଡ଼ିଶା ଜନତା ଦଳର ପ୍ରାକ୍ତନ ସଭାପତି ବିଧାନସଭାରେ ବିରୋଧି ଦଳର ଲଢୁଆ ନେତା, ଓଡ଼ିଶାରେ ଜଣେ ବିରଳ ନୀତିନିଷ୍ଠ ରାଜନୀତିଜ୍ଞ, ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ଧର୍ମନିରପେକ୍ଷ ସମାଜବାଦୀ ବିଚାରର ଅନନ୍ୟ କାଣ୍ଡାରୀ ଜନଦରଦୀ ନେତା ଥିଲେ ସ୍ୱର୍ଗତ ଅଶୋକ ଦାସ । ଅଶୋକ ଦାସ ସ୍ମୃତି କମିଟି ତରଫରୁ ଅନୁସୂଚିଚ ଜନଜାତି ଓ ଜାତି ବିଭାଗରେ ଛାତ୍ରୀ ନିବାସ ଗୁଡ଼ିକରେ ଦକ୍ଷତାର ସହିତ କାର୍ଯ୍ୟ ତ୍ୱରାନ୍ୱିତ ଭାବେ କରୁଥିବା ବ୍ୟକ୍ତିତ୍ୱ ଯଥା- ରାନୁବାଳା ଢାଲି- ବାଲେଶ୍ୱର, ତଅପୋଇ ଦାସ- ଗଞ୍ଜାମ, ପ୍ରଭାତି ପାତ୍ର-କେନ୍ଦୁଝର, ତିଳୋମା ମାଝୀ-ବରଗଡ଼, ମମତା ପୋଢ- ବଇଣ୍ଡା, ଅନୁଗୋଳ ସମାଜସେବୀ ମାନଙ୍କୁ “ଅଶୋକ ଦାସ ସାହସିକତା ସମ୍ମାନ” ପ୍ରଦାନ କରାଯାଇଥିଲା । ଏହି ସ୍ମୃତି ସଭାରେ ଅଜୟ ଦାସ, ମାମି ନାୟକ, ପ୍ରସନ୍ନ ମହାରଥି, ଚୌଦ୍ୱାର, କଟକର ଅଜୟ ମିଶ୍ର ପ୍ରମୁଖ ଯୋଗଦେଇ ସ୍ମୃତି ଚାରଣ କରିଥିଲେ ।
ବିଶିଷ୍ଟ ଜନନେତା ଅଶୋକ ଦାସଙ୍କ ୧୫ତମ ଶ୍ରାଦ୍ଧବାର୍ଷିକୀ ସ୍ମୃତିଚାରଣ ସଭା
