ଲକ୍ଷ୍ମୀପୁର ଥାନା ଧରମଧର ଘାଟିରେ ଦୁର୍ଘଟଣା,ସ୍ୱାମୀ ଗୁରୁତର ସ୍ତ୍ରୀ ଆହତ

ଲକ୍ଷ୍ମୀପୁର ୨୪/୦୩/୨୦୨୬ (ଓଡିଶା ସମାଚାର/ପ୍ରମୋଦ ଜେନା)କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବଜାର ଠାରୁ ପାଞ୍ଚ କିଲୋମିଟର ଦୂର ଡ଼ିଡ଼ି ଘାଟି ମରଣ ଯନ୍ତା ପାଲଟିଛି।ଘାଟିର ଦୁଇ ପାର୍ଶ୍ୱରେ ଅଧିକାଂଶ ସମୟରେ ଦୁର୍ଘଟଣା ଘଟି ଅନେକ ଧନ ଜୀବନ ନଷ୍ଟ ହେଉଥିବା ବେଳେ ଜାତୀୟ ରାଜପଥ ବିଭାଗ ଏଯାଏଁ ତାର କାରଣ ଖୋଜି ବାହାର କରିପାରିନି। କିଛି ଦିନ ତଳେ ଗୋଟେ ହାଇୱା ଧକ୍କାରେ ଜଣକର ମୃତ୍ୟୁ ଘଟିଥିବା ବେଳେ ଏକ ଘରୋଇ ବସ ଧକ୍କା ରେ ଜଣକର ଜୀବନ ଚାଲି ଯାଇଛି।ଆଜି ପୁଣି ଏକ ଦୁର୍ଘଟଣାରେ ଜଣେ ଗୁରୁତର ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ଆହତ ହୋଇଛନ୍ତି।

ସୌଭାଗ୍ୟ ବଶତଃ ତାଙ୍କ କୋଳରେ ଥିବା ଜଣେ ତିନି ବର୍ଷର ନାବାଳିକା ଝିଅଟି ଅଳ୍ପକେ ବର୍ତ୍ତୀ ଯାଇଛି।ଖବର ମୁତାବକ ଚମ୍ପି ଗ୍ରାମର କୃଷ୍ଣ ଦିଶାରୀ ତାଙ୍କ ସ୍ତ୍ରୀ ଶଶୀ ଦିଶାରୀ ଓ କୁନି ଝିଅଟିକୁ ଧରି ରାୟଗଡା ଜିଲ୍ଲା କଂସାରୀଗୁଡା ଗ୍ରାମକୁ ଏକ ବିବାହ ଭୋଜିରେ ଯୋଗ ଦେବାକୁ ଜାଇ ରାତି ସାତ ଟାରେ ଘରକୁ ବାଇକ ଯୋଗେଁ ଫେରୁଥିଲେ।ବାଇକ ଡ଼ିଡ଼ି ଘାଟି ଓହ୍ଲାଇ ବା ପରେ ପଛ ପଟୁ ଏକ ଭ୍ୟାନ ତାଙ୍କ ବାଇକ କୁ ଧକ୍କା ଦେଇ ଚାଲି ଯାଇଥିଲା।ସେମାନେ ରାସ୍ତା କଡରେ ପଡି ଥିବା ଦେଖି କିଛି ଲୋକ ତାଙ୍କୁ ଉଧାର କରି ଆମ୍ବୁଲାନ୍ସ ଯୋଗେଁ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଇଥିଲେ।ଶଶୀ ଦିଶାରୀ ଙ୍କର ପ୍ରାଥମିକ ଚିକିତ୍ସା କରାଯାଇଥିବା ବେଳେ କୃଷ୍ଣଙ୍କୁ କୋରାପୁଟ ଏସଏଲଏନ ମେଡିକାଲ କଲେଜ କୁ ସ୍ଥାନାନ୍ତର କରାଯାଇଛି।ଏନେଇ ପୋଲିସ ପହଞ୍ଚି ଏକ ମାମଲା ରୁଜୁ କରି ଧକ୍କା ଦେଇ ଚାଲି ଯାଇଥିବା ଭ୍ୟାନ କୁ ଧରିବା ପାଇଁ ପ୍ରୟାସ ଆରମ୍ଭ କରିଛି

Leave a Reply

Your email address will not be published. Required fields are marked *