କଟକ ସଦର,୨୮/୧୨/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସହରର ପୂର୍ବାଞ୍ଚଳରେ ଥିବା ପ୍ରସିଦ୍ଧ ଶୈବପୀଠ ପରମହଂସନାଥ ଙ୍କ ୫-ଟି ଯୋଜନାରେ ୫ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ଚାଲିଥିବା କାର୍ୟ୍ୟ ର ଆଜି (ଶନିବାର ଦିନ) କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ସମୀକ୍ଷା କରିବା ସହିତ ଆସନ୍ତା ଫେବୃୟାରୀ ମାସରେ ହେବାକୁ ଥିବା ଜାଗରଯାତ୍ରା ପୂର୍ବରୁ କାମ ସାରିବାକୁ ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି।
ଏହା ଫଳରେ କେତେକ ନ୍ୟସ୍ତସ୍ୱ।ର୍ଥ ବ୍ୟକ୍ତି ବିଭିନ୍ନ ଆଳରେ ଵାଧା ସୃଷ୍ଟି କରୁଥିବା ଉନ୍ନୟନ କାର୍ୟ୍ୟ ତ୍ୱରାନ୍ୱିତ ହେଵ ବୋଲି ଶ୍ରଦ୍ଧାଳୁଙ୍କ ମଧ୍ୟରେ ଆଶା ସଂଚାର ହୋଇଛି। ଆଜିର ଏହି ସମୀକ୍ଷା କାର୍ୟ୍ୟକ୍ରମରେ ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଅରୁପ ବେହେରା, ସହକାରୀ ଯନ୍ତ୍ରୀ ଅଞ୍ଜନ ଵଳ ଙ୍କ ସମେତ ଲକ୍ଷ୍ମୀଧର ରାଉତ, ସୁରେଶ ଜେନା, ରାଧାମୋହନ ମହଲା, ନିରଞ୍ଜନ ରାଉଳ, ସଂଘମିତ୍ରା ବେହେରା, ଅନିରୁଦ୍ଧ ରାଉଳ, ଦୈତ୍ୟାରି ବେହେରା ପ୍ରମୁଖ ବହୁ ବ୍ୟକ୍ତିବିଶେଷ ଯୋଗଦେଇ ଥିଲେ।
ପରମହଂସ ମନ୍ଦିର ନିର୍ମାଣ କାର୍ୟ୍ୟର ସମୀକ୍ଷା କଲେ ବିଧାୟକ ପ୍ରକାଶ ସେଠୀ, ଜାଗରଯାତ୍ରା ପୂର୍ବରୁ କାମ ସାରିବାକୁ ତାଗିଦ୍
