ଏକତାକୃତ ଯୁବ ବିକାଶରେ ଛାତ୍ରଛାତ୍ରୀ ସାମିଲ ହୋଇ ସମାଜର ସମୃଦ୍ଧି ଦିଗରେ କାର୍ଯ୍ୟ କରିବାକୁ ଆହ୍ବାନ
ନିରାକାରପୁର, ୧୩/୧୨/୨୦୨୩ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ କମାଗୁରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅବସରରେ ଆଜି( ସମ୍ୱନିତ୍ଵ )ଏକତାକୃତ ଯୁବ ବିକାଶ କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ସୁଧାଂଶୁ ଶେଖର ମହାନ୍ତି ସଭାପତିତ୍ବ କରିଥିବାବେଳେ ଅଧ୍ୟାପିକା ଡ ରେଣୁବାଳା ସାମନ୍ତରାୟ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉଦଘାଟକ ତଥା ମୁଖ୍ୟ ଅତିଥି ଭାବେ ଆସୋସିଏଟ ପ୍ରଫେସର ଡ ପ୍ରମୋଦ କୁମାର ରାୟ , ମୁଖ୍ୟ ବକ୍ତା କଲେଜ ପ୍ରତିଷ୍ଠାତା ତଥା ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାମଚନ୍ଦ୍ର ମହାପାତ୍ର, ଓ ବିଶିଷ୍ଟ ଅତିଥି ଭାବେ କଲେଜ ପରିଚାଳନା ମଣ୍ଡଳୀ ସଭାପତି ତଥା ପୂର୍ବତନ ବିଧାୟକ ଦିଲ୍ଲୀପ କୁମାର ଶ୍ରୀଚନ୍ଦନ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ କ୍ରୀଡ଼ା, ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରି ସମାଜର ଉନ୍ନତିରେ ଭାଗୀଦାର ହେବାକୁ ଆହ୍ଵାନ କରିଥିଲେ। ପ୍ରାରମ୍ଭିକ ସ୍ବାଗତ ସଙ୍ଗୀତ ପରିବେଷଣ ସହିତ ମଞ୍ଚ ସଞ୍ଚାଳନ କରିଥିଲେ ଅଧ୍ୟାପକ ସତ୍ୟନାରାୟଣ ମହାପାତ୍ର। ଶେଷରେ ବିଜ୍ଞାନଗାର ପ୍ରଶିକ୍ଷକ ଆଦିକନ୍ତ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ଆଜିଠାରୁ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ। କଲେଜର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ସହଯୋଗ କରୁଛନ୍ତି।ଆଜିର ଉଦଘାଟନୀ ଦିବସରେ କ୍ରୀଡ଼ା ବିଭାଗର ଦୌଡ ପ୍ରତିଯୋଗୀତା ହୋଇଥିଲା ।