ଭୁବନ,୨୮/୧୨/୨୦୨୪ (ଓଡ଼ିଶା ସମାଚାର)- ଭୁବନ ବ୍ଲକ ଅନ୍ତର୍ଗତ ଜମୁନାକୋଟ ବିବେକାନନ୍ଦ ଶିଶୁ ମନ୍ଦିର ର ବାର୍ଷିକ କ୍ରୀଡା ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତ ୨୩ o ୨୪ ଦୁଇ ଦିନ ବାର୍ଷିକ କ୍ରୀଡା ଓ ୨୬ ତାରିଖ ରେ ୨୬ ତାରିଖ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଦୁଇଟି କାର୍ଯ୍ୟ କ୍ରମକୁ ଶିଶୁ ମନ୍ଦିରର ସଭାପତି ଶ୍ରୀ ନଟବର ସାହୁ,ସମ୍ପାଦକ ଶ୍ରୀ ରମେଶ ଚନ୍ଦ୍ର ପାଣି, ପ୍ରଧାନ ଆଚାର୍ଯ୍ୟା ନିରୁପମା ମହାନ୍ତି,ସହଶିକ୍ଷୟିତ୍ରୀ ଅହଲ୍ୟା ବାରୀକ୍, ପ୍ରତିମା ରାଉତ, ନିରୁପମା ନାୟକ,ମମତା ବାରିକ୍,ଇନିଵାଳା ଭୂତିଆ, ରଶ୍ମିତା ବେହେରା, ରୋଜାଲିନ ସାହୁ,ସ୍ନେହାଞ୍ଜଳୀ ବେହେରା, ସ୍ୱାଗତିକା ଯେନା ଙ୍କ ମିଳିତ ଉଦ୍ୟମରେ ମହାସମାରୋହରେ ପାଳିତ ହୋଇଯାଇଛି। କ୍ରୀଡା ରେ ସମସ୍ତ ପିଲା ଭାଗନେଇଥିଲେ। ଦୀପକ୍ ପାଣି,ନିରାକାରସାହୁ,ପ୍ରିତିକୃଷ୍ଣ ପୋଇ,ପ୍ରିୟାଂଶୀ ନାୟକ,ସାଇସ୍ମୃତି ନାୟକ, ଲକ୍ଷ୍ମୀ ପ୍ରିୟା ବେହେରା ତିନୋଟି ବିଭାଗରେ ଶ୍ରେଷ୍ଠ ଖେଳାଳି ଭାବରେ ପୁରଷ୍କୃତ ହୋଇଥିଲେ। ଦୁଇଟି ଉତ୍ସବ ର ମୁଖ୍ୟ ଅତିଥି ଥିଲେ ଯମୁନାକୋଟ ଆରୋଗ୍ୟ କେନ୍ଦ୍ରର ଅଧିକାରିଣୀ ଶ୍ରୀମତୀ ସୁଭଦ୍ରା ବେହେରା।ସଭା ପରିଚାଳନା କରିଥିଲେ ଶ୍ରୀ ନଟବର ସାହୁ। କାର୍ଯ୍ୟ କ୍ରମର ସଂଯୋଜକ ଥିଲେ ଶ୍ରୀ ରମେଶ ଚନ୍ଦ୍ର ପାଣି। ସବୁ କାର୍ଯ୍ୟ କ୍ରମର କର୍ଣ୍ଣାଧାର ଥିଲେ ଶ୍ରୀମତୀ ନିରୁପମା ମହାନ୍ତି। କୃତୀ ପ୍ରତିଯୋଗୀ ମାନଙ୍କୁ ପୁରଷ୍କୃତ ଅତିଥି ମାନେ କରିଥିଲେ। ବାର୍ଷିକ ଉତ୍ସବ ର ମୁଖ୍ୟ ବକ୍ତା ଥିଲେ ଶ୍ରୀ ଵିଳାସ୍ ମଲ୍ଲିକ,ସମ୍ମାନୀତ ଅତିଥି ଥିଲେ ଶ୍ରୀମତୀ ଖୁଲଣା ରାଉତ, ଶ୍ରୀ ଅଚ୍ୟୁତାନନ୍ଦ ସାହୁ,ଶ୍ରୀ ଜୟକୃଷ୍ଣ ସାହୁ,ଶ୍ରୀ ଦୟାନିଧି ବେହେରା, ଶ୍ରୀ ଅଦ୍ଵୈତ ସାହୁ ଓ ଶ୍ରୀ ଭୀମସେନ ସାହୁ। ପ୍ରାରମ୍ଭରେ ଅନୁଷ୍ଠାନ ପକ୍ଷରୁ ଅତିଥି ମାନଙ୍କୁ ପୁଷ୍ପ ଗୁଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ସୁଶ୍ରୀ ପ୍ରିୟଦର୍ଶିନୀ ପାଣି, ଜ୍ୟୋତିର୍ମୟୀ ରାଉତ ଓ ଲକ୍ଷ୍ମୀପ୍ରିୟା ବେହେରା ଵେଦପାଠ ଓ ସ୍ବାଗତ ଗୀତିକା ଗାଇ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଵା ସହିତ ଅତିଥିମାନଙ୍କୁ ଭାଵଵିହ୍ଵଳ କରିଥିଲେ। ମୁଖ୍ୟ ଅତିଥି ଶ୍ରୀମତୀ ସୁଭଦ୍ରା ବେହେରା ଅନୁଷ୍ଠାନ ର କର୍ମ କର୍ତ୍ତା, ସଭାପତି, ଶିକ୍ଷୟିତ୍ରୀ ତଥା ସମ୍ପାଦକ ଶ୍ରୀ ରମେଶ ଚନ୍ଦ୍ର ପାଣି ଦୀର୍ଘ ୨୪ ବର୍ଷ କାଳ ଆପ୍ରାଣ ଉଦ୍ୟମ କରି ଅନୁଷ୍ଠାନ ଟିକୁ ବହୁତ ଆଗକୁ ନେଇପାରିଛନ୍ତି ଯେଉଁ ଅନୁଷ୍ଠାନ ରୁ ପ୍ରତିବର୍ଷ ମେଧାବୀ ଛାତ୍ରଛାତ୍ରୀ ଏହିମଣିଷ ତିଆରି କାରଖାନା ରୁ ସୃଷ୍ଟି ହୋଇଚାଲିଛନ୍ତି। ତେଣୁ ପାଣି ସାର୍ ଙ୍କୁ ବିଶେଷ କୃତଜ୍ଞତା ଜ୍ଞାପନ କରୁଅଛି। ଏହି ଅନୁଷ୍ଠାନ ରୁ ପିଲା ଆଇଆଇଟି ପର୍ଯ୍ୟନ୍ତ ଗଲେଣି ଵହୁପିଲା ସରକାରୀ ବେସରକାରୀ ସ୍ତରରେ ଉଚ୍ଚ ପଦବୀରେ ରହିଲେଣି। ପିଲାମାନେ ଚିତ୍ତାକର୍ଷକ ନୃତ୍ୟଗୀତ ପରିବେଷଣ କରି ଉପସ୍ଥିତଥିବା ସହସ୍ରାଧିକ ଦର୍ଶକଙ୍କୁ ଅଭିଭୂତ କରିଥିଲେ।
ବାର୍ଷିକ କ୍ରୀଡା ଓ ବାର୍ଷିକ ଉତ୍ସବ ପାଳିତ
