ଫିଜିକ୍ସ ୱାଲା ବିଦ୍ୟାପୀଠ ପାଠଶାଳା ପକ୍ଷରୁ କ୍ୟାରିୟର କଉନସେଲିଙ୍ଗ ଶିବିର ଅନୁଷ୍ଠିତ

ରାଉରକେଲା,୨୭/୧୨/୨୦୨୪ (ଓଡ଼ିଶା ସମାଚାର/ ସସ୍ମିତା ପ୍ରଧାନ)- ଫିଜିକ୍ସ ୱାଲା ବିଦ୍ୟାପୀଠ ପାଠଶାଳା ପକ୍ଷରୁ କ୍ୟାରିୟର କଉନସେଲିଙ୍ଗ ଶିବିର ଗତ  ୨୫   ତାରିଖ ଦିନ ସ୍ଥାନୀୟ ରିମ୍ସ ଅଡିଟୋରୀୟମ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଶିବିର ର ଶୁଭାରମ୍ଭ କରିଥିଲେ । ସେ ତାଙ୍କ ବକ୍ତବ୍ୟରେ କହିଲେ ଯେ, ପ୍ରତେକ ପିଲାଙ୍କ ମଧ୍ୟରେ ଅନ୍ତର୍ନିହିତ ଶକ୍ତି ରହିଛି, ସେମାନେ ଆବଶ୍ୟକ ସୁବିଧା ସୁଯୋଗ ପାଇଲେ ଓ ନିଜର ଇଚ୍ଛା ଶକ୍ତି ବଳରେ ଅସମ୍ଭବ କୁ ମଧ୍ୟ ସମ୍ଭବ କରିପାରିବେ । କୋଚିଂ କ୍ଷେତ୍ରରେ ଫିଜିକ୍ସ ୱାଲା ତାର ନିଜସ୍ୱ ପରିଚୟ ସୃଷ୍ଟି କରିପାରିଛି । ଏଣୁ ଛାତ୍ର ଛାତ୍ରୀ ମାନେ ଅଭିଜ୍ଞ ଶିକ୍ଷକ ମାନଙ୍କ ମାର୍ଗ ଦର୍ଶନ ସୁଯୋଗ ନେବାକୁ ଶ୍ରୀ ନାୟକ ଆହ୍ୱାନ କରିଥିଲେ । ଏଥି ସହ ଅଭିଭାବକ ମାନେ ଦେଖୁଥିବା ସ୍ବପ୍ନ କୁ ସେମାନଙ୍କ ପିଲାମାନେ ପୂର୍ଣ୍ଣ କରିବାକୁ ପରାମର୍ଶ ଦେଇଥିଲେ ।

ରିମ୍ସ ର ନିର୍ଦେଶକ ପ୍ର. ଡ଼. କରୁଣାକର ପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ । ସେ ତାଙ୍କ ବକ୍ତବ୍ୟ ରେ କହିଲେ ଯେ, ଦୁରଦୃଷ୍ଟି, ଯୋଜନା ଓ କାର୍ଯ୍ୟଧାରା ରହିଲେ ହିଁ ଜୀବନରେ ସଫଳ ମିଳିଥାଏ । ଏଣୁ ପିଲାମାନେ ନିଷ୍ଠାର ସହ ସେମାନଙ୍କ ଅଧ୍ୟୟନ ଜାରି ରଖିବାକୁ ଆହ୍ୱାନ କରିଥିଲେ । ଅଷ୍ଟମ ରୁ ଦ୍ୱାଦଶ ଶ୍ରେଣୀ ଓ ପାସ ଆଉଟ ପିଲାଙ୍କୁ ଜେଇଇ, ଏନଇଇଟି ଓ ଫାଉଣ୍ଡେସନ କୋର୍ସ ସମ୍ପର୍କ ରେ ଅବଗତ କରାଯାଇଥିଲା । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଫିଜିକ୍ସ ୱାଲାର ଓଡିଶା ଫ୍ରାଞ୍ଛାଇଜ ଓନର ଇଂ ପ୍ରଭାତ ଛଟୋଇ, ମୁଖ୍ୟ ବକ୍ତା ଭାବେ ଷ୍ଟାର ଶିକ୍ଷକ ଜଗଯୋତ ସାର ଓ ଅର୍ପିତ ସାର ଯୋଗ ଦେଇ ବିଭିନ୍ନ ଅଭିନଵ କୌଶଳ ମାଧ୍ୟମରେ ପିଲାଙ୍କୁ ମାର୍ଗ ଦର୍ଶନ କରାଇଥିଲେ । ସହଜରେ ପିଲାମାନେ କିପରି ଏଣ୍ଟ୍ରାନ୍ସ ଏକ୍ଜାମିନେସନ ରେ ଭାଗ ନେବେ ଓ ପ୍ରସ୍ତୁତ ହେବେ, ସେ ସମ୍ପର୍କ ରେ ମଧ୍ୟ ପିଲାଙ୍କୁ ସୂଚନା ଦେଇଥିଲେ ।ଫିଜିକ୍ସ ୱାଲା ରୁ କୋଚିଂ ନେଇ ପିଲାମାନେ କିପରି ରେଙ୍କ ହୋଲଡର ହୋଇଛନ୍ତି, ତାହାର ଉଦାହରଣ ଦେଇଥିଲେ ।  ଫିଜିକ୍ସ ୱାଲା ରାଉରକେଲା ପାଠଶାଳା ର ସେଣ୍ଟର ହେଡ଼ ପ୍ର. ଡ଼. ଜିତେନ୍ଦ୍ର କୁମାର ରାଉତ ଙ୍କ ସଂଯୋଜନା ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଖ୍ରୀଷ୍ଟମାସ ଓ ନୂତନ ବର୍ଷ ପରିପ୍ରେକ୍ଷୀରେ କୋଚିଂ ସେଣ୍ଟର ରେ ନାମ ଲେଖାଇବାକୁ ଥିବା ଛାତ୍ର ଛାତ୍ରୀ ଙ୍କୁ ସିଧାସଳଖ  ୩୦  ପ୍ରତିଶତ ରିହାତି ପ୍ରଦାନ କରାଯିବ ବୋଲି ଡ଼ ରାଉତ ଘୋଷଣା କରିଥିଲେ । ଏହି ଅବସରରେ ସ୍କୋଲାରସିପ ପରୀକ୍ଷାରେ ଉତୀର୍ଣ୍ଣ ଛାତ୍ର ଛାତ୍ରୀ ଙ୍କୁ ସାର୍ଟିଫିକେଟ ଓ ମେଡାଲ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ଶତାଧିକ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *