କେନ୍ଦ୍ରାପଡା କଲେଜର ନୂତନ ଅଧ୍ୟକ୍ଷ ଭାବେ ଯୋଗଦେଲେ ପ୍ରାଧ୍ୟାପକ ଚିତରଞ୍ଜନ ଦାସ

କେନ୍ଦ୍ରାପଡ଼ା,୨୧/୦୭/୨୦୨୬ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଭାବେ ଯୋଗଦେଇଛନ୍ତି ପ୍ରାଧ୍ୟାପକ ଚିତରଞ୍ଜନ ଦାସ । ପ୍ରାଧ୍ୟାପକ ଶ୍ରୀ ଦାସ କଟକ ଜିଲା କୁଆଁପାଳସ୍ଥିତ ଜବାହରଲାଲ ନେହେରୁ ଡିଗ୍ରୀ କଲେଜର ଅଧ୍ୟକ୍ଷ ଭାବେ କାର୍ଯ୍ୟରତ ଥିଲେ ।ଉଚ୍ଚଶିକ୍ଷା ବିଭାଗ ପ୍ରାଧ୍ୟାପକ ଶ୍ରୀ ଦାସଙ୍କୁ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବେ ନିଯୁକ୍ତି ପ୍ରଦାନ କରିଛି ।

ପ୍ରାଧ୍ୟାପକ ଶ୍ରୀ ଦାସ ଏଠାରେ ଯୋଗଦେବା ପରେ କଲେଜ ପରିଚାଳନା ପରିଷଦ ସଭାପତି ତଥା ଅତିରିକ୍ତ ଜିଲାପାଳ ନବକ୍ରିଷ୍ଣ ଜେନାଙ୍କୁ ସାକ୍ଷାତ କରି ତାଙ୍କ ଯୋଗଦାନ ରିପୋର୍ଟ ପ୍ରଦାନ କରିଛନ୍ତି । ନୂତନ ଅଧ୍ୟକ୍ଷ ପ୍ରଫେସର ଦାସଙ୍କୁ କେନ୍ଦ୍ରାପଡା କଲେଜର ସମସ୍ତ ବିଭାଗର ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀମାନେ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସ୍ୱାଗତ କରିଥିଲେ ।

ସେହିପରି ଏଠାରେ ଥିବା ଭାରପ୍ରାପ୍ତ ଅଧ୍ୟକ୍ଷ ଶାନ୍ତନୁ କୁମାର ଜେନାଙ୍କୁ ତୁରନ୍ତ ଭାରମୁକ୍ତ କରିଦିଆଇଛି । ଶ୍ରୀ ଜେନା ଭଦ୍ରକ ଜିଲାର ଅଗରପଡା ଡିଗ୍ରୀ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ଭାବରେ ଯୋଗଦେବେ ।

Leave a Reply

Your email address will not be published. Required fields are marked *