ସାଇନିଂ ରକର୍ସ ଏକାଡେମୀ ର ବାର୍ଷିକ ଉତ୍ସବ ସମାପିତ

ରାଉରକେଲା,୨୭/୧୨/୨୦୨୪ (ଓଡ଼ିଶା ସମାଚାର/ ସସ୍ମିତା ପ୍ରଧାନ )-ସାମାଜିକ ଅନୁଷ୍ଠାନ ସାଇନିଂ ରକର୍ସ ଏକାଡେମୀ ର ଅଷ୍ଟମ ବାର୍ଷିକ ଉତ୍ସବ  ଭଞ୍ଜଭବନ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି।  ଅନୁଷ୍ଠାନର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶିକା ଲୀନା ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ତଥା ଶୁଭଜିତ ପଣ୍ଡା ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଇଂ ବିମଳ ବିଶି,ଡା ବିଶ୍ବଜିତ ମହାପାତ୍ର, ଡ଼ା ଲଲାଟ ଇନ୍ଦୁ ଆଚାର୍ଯ୍ୟ, ସୁନିଲ କାୟଲ, ଜିତେନ୍ଦ୍ର ପ୍ରସାଦ, ଜାହାଙ୍ଗୀର ହକ୍,ବିରେନ ସେନାପତି,ଏଜାଜ ଅହମ୍ମଦ, ମୀନତି ଦେବତା, ଜୋୟା ତ୍ରିପାଠୀ, ପ୍ରଜ୍ଞା ପରିମିତା ଦାସ,ପି ସି ପରିଛା,ରାହୁଲ ରାୟ,କାର୍ତ୍ତିକ ରାଉତ ପ୍ରମୁଖ ଯୋଗଦେଇ ଥିଲେ। ଏହି ବାର୍ଷିକ ଉତ୍ସବରେ ଜନଜାତି ଙ୍କ ପୋଷାକ ପରିଧାନ କରି ମଡେଲିଂ, ନୃତ୍ୟ ସଂଗୀତ ଆଦି ପ୍ରତିଯୋଗିତା କରାଯାଇଥିଲା। ବିଚାରକ ଭାବେ ରାକ୍ଷୀ ମଣ୍ଡଳ,ମିତାଲି ଦାସ ଗୁପ୍ତା,ମଇତ୍ରୀ ମାହେଶ୍ୱରୀ, ଅମିତ ନାୟକ ପ୍ରମୁଖ ଯୋଗଦେଇ ପ୍ରତିଯୋଗିତା ଗୁଡିକର ମୂଲ୍ୟାଙ୍କନ କରିଥିଲେ। ଏଥିରେ ବିଜୟୀ ହୋଇଥିବା ପ୍ରତିଯୋଗୀ ହେଲେ ରାଉରକେଲା ରୁ ଆଦିତ୍ୟ ପ୍ରତାପ ସିଂ, ଝାରସୁଗୁଡ଼ା ରୁ ତିତିକ୍ଷା ଧାରୁଆ, ରାଉରକେଲା ରୁ ମିସେସ ରଶ୍ମିତା ବିଶୋଇ, ସବଜୁନିଅର ବର୍ଗରେ ଖୋର୍ଦ୍ଧା ର ଅନନ୍ୟା ପାତ୍ର ଓ ସମ୍ବଲପୁରର ରାଜିଲ ଶେଖ ପ୍ରମୁଖ ବିଜୟୀ ହୋଇ ଅତିଥିଙ୍କ ଠାରୁ ପୁରସ୍କୃତ ହୋଇଥିଲେ। ସେହିପରି ପ୍ରଶିକ୍ଷକ ଭାବେ କଟକର ପ୍ରଦୀପ୍ତ ରାୟ, ରାଉରକେଲା ର ରଜତ ବେହେରା, ସୁନ୍ଦରଗଡ ର ପ୍ରବୀନ ଚାଓଡା,ବଡବିଲ ର ଅତୁଲ ଗିରି, ରାଉରକେଲା ରୁ ସୋନୁ ମୁଖାର୍ଜୀ ଓ ଦେବାଂଶୀ ବାରିକ ତଥା ସୁନ୍ଦରଗଡ ର ସ୍ମିତାରାଣୀ ସୁନୟନୀ ପ୍ରମୁଖ ଦିଗଦର୍ଶନ ଦେଇଥିଲେ । ସୂଚନାଯୋଗ୍ୟ ଯେ ବିଭିନ୍ନ ପ୍ରତିଯୋଗିତାରେ ସମଗ୍ର ଓଡ଼ିଶାରୁ ପ୍ରାୟ ୪୦୦ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ୪୦ ଜଣ ଫାଇନାଲ ରାଉଣ୍ଡ କୁ ଉନ୍ନିତ ହୋଇଥିଲେ । କୃତି ପ୍ରତିଯୋଗୀଙ୍କୁ ଅତିଥି ମାନେ କ୍ରାଉନ,ଟ୍ରଫି ଓ ଗିଫ୍ଟ ଭାଉଚର ଦେଇ ସମ୍ମାନିତ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନା ରେ ପ୍ରେମ କୁମାର, ନିତ୍ୟାଞ୍ଜଳୀ ପରିଡ଼ା, ବର୍ଣ୍ଣାଳୀ ରାଉତ,ଚିନୁ ରାଉତ,ପ୍ରବିନ ଚାୱଲା,ପପାୟା ମୁଖାର୍ଜୀ, ଗୀତା ଜୟସ୍ବାଲ, ଆଲୋକ ପାଣିଗ୍ରାହୀ, ଅଭିପ୍ସା ଆଚାର୍ଯ୍ୟ,ବିଜୁ ଦାସ, ମୁରଲୀ ମୋହନ ଦାସ, ରଶ୍ମିତା ମଲ୍ଲିକ,ସୈ।ମ୍ୟ  ମହାରଣା, ସରୋଜ ଶତପଥୀ, ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *