ନିରାକାରପୁର ରେ ରହିବ ପ୍ରଶାନ୍ତି ଏକ୍ସପ୍ରେସ

ଖୋର୍ଦ୍ଧା,୧୯/୧୨/୨୩(ଓଡ଼ିଶା ସମାଚାର/ଦୀପକ ପ୍ରଧାନ) -ଖୋର୍ଦ୍ଧାରୋଡ ରେଳମଣ୍ଡଳ ଅଧିନ ନିରାକାରପୁର ଷ୍ଟେସନରେ ରହିବ ପ୍ରଶାନ୍ତି ଏକ୍ସପ୍ରେସ। ଏଥିପାଇଁ ବିଧିବଧ ଭାବେ ଟ୍ରେନ ନମ୍ବର ୧୮୪୬୩/୬୪ ଭୂବନେଶ୍ୱର – ବେଙ୍ଗାଲୁରୁ ପ୍ରଶାନ୍ତି ଏକ୍ସପ୍ରେସ ନିରାକାରପୁର ଷ୍ଟେସନରେ ରହଣି ପାଇଁ  ରେଲୱେ ବୋର୍ଡ ପକ୍ଷରୁ ୨୦୨୩/ସିଏଚଜି ୧୩/୧୩ ନମ୍ବର ଚିଠି ଭୁବନେଶ୍ୱର ଜେନେରାଲ ମ୍ୟାନେଜର ଙ୍କ ନିକଟକୁ ଆସିଛି। ଖୁବଶୀଘ୍ର ରହଣୀ ତାରିଖ ଓ ସମୟ ନିର୍ଘଣ୍ଟ ହେବ ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ କି ପୂର୍ବତଟ ରେଳପଥ ର ନିରାକାରପୁର ଏକ ଗୁରୁତ୍ବପୂର୍ଣ୍ଣ ଷ୍ଟେସନ ହୋଇଥିବାରୁ ଉକ୍ତ ଟ୍ରେନ ରହଣୀ ପାଇଁ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିଲ। ନିରାକାରପୁର ବିଜେପି ମଣ୍ଡଳ,ଆଂଚଳିକ ହିନ୍ଦୁ ସଂଗଠନ, ନିରାକାରପୁର ସାମ୍ବାଦିକ ସଂଘ, ବରିଷ୍ଠ ନାଗରିକ ସଂଘ ଓ ନିରାକାରପୁର ରେଲୱେ ଉପଭୋକ୍ତା କମିଟି ପକ୍ଷରୁ ମାନ୍ୟବର ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଶ୍ରୀମତୀ ଅପରାଜିତା ଷଢଙ୍ଗୀ ଙ୍କୁ ଦାବି ପତ୍ର ଦିଆଯାଇଥିଲା। ଏହି ରହଣୀ ଖବର ପାଇବାପରେ ନିରାକାରପୁର ଅଂଚଳବାସୀ,  ଦାବି ପତ୍ର ଦେଇଥିବା ସମସ୍ତ ସଂଗଠନ, ନିରାକାରପୁର ସାମ୍ବାଦିକ ସଂଘ ସଭାପତି ଦୀପକ ପ୍ରଧାନ, ୧୨ ନମ୍ବର ବଜେପି ମଣ୍ଡଳ ସଭାପତି ଆଲୋକ ରଂଜନ ଛୋଟରାୟ,ଆଂଚଳିକ ହିନ୍ଦୁ ସଂଗଠନ ସଭାପତି ପ୍ରସାଦ ଦାସ ସାଂସଦଙ୍କୁ ଅଂଚଳବାସୀଙ୍କ ତରଫରୁ ସାଧୁବାଦ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *