ହିନ୍ଦୋଳ, ୧୧/୧୦/୨୦୨୪(ଓଡ଼ିଶା ସମାଚାର)-ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏକ ଗଡ଼ଜାତ ଅଞ୍ଚଳ ହୋଇଥିବା ବେଳେ ମା ରତ୍ନେଶ୍ୱରୀ ଅଧିଷ୍ଠାତ୍ରୀ ଦେବୀ ଆବାହମାନ କାଳରୁ ପୂଜା ପାଉଛନ୍ତି ହିନ୍ଦୋଳର ଅଧିଷ୍ଠାତ୍ରୀ ଦେବୀ ମା ରତ୍ନେଶ୍ୱରୀ । ମା’ଙ୍କର ଅପାର କୃପା ଲାଭ କରିବାକୁ ପ୍ରତ୍ୟେକ ଦିନ ଏଠାକୁ ବିଭିନ୍ନ ଅଞ୍ଚଳରୁ ଭକ୍ତମାନଙ୍କ ସୁଅ ଛୁଟେ। ଯଦି କୌଣସି ଭକ୍ତ ଶ୍ରଦ୍ଧାରେ ମା ରତ୍ନେଶ୍ୱରୀ ଙ୍କୁ ସ୍ମରଣ କରେ ତେବେ ମା ରତ୍ନେଶ୍ୱରୀ “ଓ..” କରନ୍ତି ବୋଲି ବିଶ୍ୱାସ କରାଯାଏ। ତେବେ ପ୍ରତ୍ୟେକ ବର୍ଷ ଭଳି ଚଳିତବର୍ଷ ମଧ୍ୟ ରବିବାର ଠାରୁ ମା ରତ୍ନେଶ୍ୱରୀଙ୍କର ନବରାତ୍ର ପୂଜା ଅନୁଷ୍ଠିତ ହୋଇଯାଇଅଛି। ନ ଦିନ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ମା ରତ୍ନେଶ୍ୱରୀ ଅଲଗା ଅଲଗା ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ଆଜି ନବମୀ ପୂଜା ହୋଇଥିବା ବେଳେ ଆସନ୍ତା କାଲି ଦଶମୀପୂଜା ଓ ପୂର୍ଣ୍ଣାହୂତି ଯଜ୍ଞ ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନ ପକ୍ଷରୁ ଜଣାପଡିଛି । ଏହି ନ ଦିନ ପର୍ଯ୍ୟନ୍ତ ଶହ ଶହ ଭକ୍ତମାନେ ମା ଙ୍କର ଦର୍ଶନ କରିବା ପାଇଁ ଏଠାକୁ ଆସନ୍ତି। ବିଭିନ୍ନ ପ୍ରକାରର ମାନସିକ ନେଇ ରାଜ୍ୟର ବିଭିନ୍ନ କୋଣରୁ ଶ୍ରଦ୍ଧାଳୁମାନେ ଏହି ପୀଠରେ ସମାଗମ ହେଉଥିବାର ଦେଖାଯାଏ। ନିଷ୍ଠାର ସହ ଏଠାକୁ ଆସୁଥିବା ଭକ୍ତ ମାନଙ୍କର ସମସ୍ତ ମାନସିକ ପୂରଣ ହୁଏ ବୋଲି ଦୃଢ଼ ବିଶ୍ବାସ ରହିଛି। ତେବେ ମା ଙ୍କ ପୀଠକୁ ଥିବା ଏକମାତ୍ର ରାସ୍ତାଟି ଜରାଜୀର୍ଣ୍ଣ ଅବସ୍ଥାରେ ଥିବାବେଳେ ରାସ୍ତା ପାର୍ଶ୍ଵ ୩୦ଫୁଟରୁ ଉର୍ଦ୍ଧ ଖାଇ ବିପଦ ସୃଷ୍ଟି କରୁଛି । ନା ଅଛି ବାରିକେଟ ବ୍ୟବସ୍ଥା , ନା କୌଣସି ସୁବିଧା ଏବଂ ମନ୍ଦିର ଚତୁଃପାର୍ଶ୍ଵ ପ୍ରାଚେରୀ ନଥିବା ସହ ଭବ୍ୟ ମୁଖଶାଳା ନଥିବାରୁ ସୌନ୍ଦର୍ଯ୍ୟ ହାନୀ ହେଉଛି , ଯାହା ଶ୍ରଦ୍ଧାଳୁଙ୍କ ମନରେ କଷ୍ଟ ହୁଏ । ହିନ୍ଦୋଳ ଏନ୍ ଏ ସି ମଧ୍ୟରେ ଥିବା ଏହି ପ୍ରସିଦ୍ଧ ପୀଠ ଚତୁଃପାର୍ଶ୍ଵରେ ଅନେକ ଉନ୍ନତିମୂଳକ କାର୍ଯ୍ୟ ହୋଇଥିବା ବେଳେ ରାସ୍ତାଘାଟ ଏବଂ ସୌନ୍ଦର୍ଯ୍ୟକରଣ ଉପରେ ଆଉ କିଛି ପ୍ରାଶାସନିକ ତତ୍ପରତା ଆବଶ୍ୟକ ବୋଲି ବୁଦ୍ଧିଜୀବି ମାନେ ମତପ୍ରକାଶ କରିଛନ୍ତି।
ହିନ୍ଦୋଳର ଅଧିଷ୍ଠାତ୍ରୀ ଦେବୀ ମା ରତ୍ନେଶ୍ୱରୀ ଙ୍କ ପୀଠରେ ନବରାତ୍ର ପୂଜା ଅନୁଷ୍ଠିତ
