କଟକ ସଦର,୦୨/୦୧/୨୦୨୬ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା): କଟକ ସଦର ତଥା ଗ୍ରାମାଞ୍ଚଳ ପୋଲିସ ଜିଲ୍ଲା ଅନ୍ତର୍ଗତ କିଶନନଗର ଥାନାରେ ଆଜି ଶୁକ୍ରବାର ଦିନ ଶ୍ରୀ ଶ୍ରୀ ତ୍ରିନାଥ ଦେବଙ୍କ ଜନ୍ମୋତ୍ସବ ମହାସମାରୋହରେ ଏଵଂ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଛି। ଏହି ଉପଲକ୍ଷେ ଏକ ଶୋଭାଯାତ୍ରାରେ ଯାଇଁ ମହାନଦୀରୁ ଜଳ ଆଣାଯାଇ ମନ୍ଦିର ରେ ସ୍ଥାପନ କରିବା ପରେ ଯଜ୍ଞ କାର୍ଯ୍ୟକ୍ରମ ଯାଜ୍ଞିକ ବ୍ରାହ୍ମଣ ଓ ପଣ୍ଡିତ ମାନଙ୍କ ଦ୍ଵାରା ଅନୁଷ୍ଠିତ ହୋଇଥିଲା।

ସଂଧ୍ୟାରେ ଥାନା ପରିସରରେ ଭଜନ ସମାରୋହ ସହିତ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।ଯଜ୍ଞୋତ୍ସଵ ରେ କର୍ତ୍ତା କର୍ତ୍ତୀ ଭାବେ ଥାନା ଅଧିକାରିଣୀ ଦୂର୍ଗେଶ ନନ୍ଦିନୀ ମହାନ୍ତି ଓ ବରିଷ୍ଠ ଆଇନଜୀବୀ ଅରୁଣ କୁମାର ମହାନ୍ତି କାର୍ଯ୍ୟ ସମ୍ପାଦନ କରିଥିଲେ।
କାର୍ଯ୍ୟକ୍ରମ ପରିଚାଳନାରେ ଆଇଆଇସି ଦୁର୍ଗେଶ ନନ୍ଦିନୀ ମହାନ୍ତି, ଇନ୍ସପେକ୍ଟର ଜୟଶ୍ରୀ ସାହୁ, ଇନ୍ସପେକ୍ଟର ସନ୍ତୋଷ କୁମାର ପ୍ରଧାନ,କଲରାଵାଙ୍କ ଫାଣ୍ଡି ଅଧିକାରୀ ଏସଆଇ ନରେନ୍ଦ୍ର ନାଥ ସାହୁ,ମାହାଳହାଟ ଫାଣ୍ଡି ଅଧିକାରୀ ଏସଆଇ ଅଜୟ କୁମାର ମହାନ୍ତି, ଏଏସଆଇ ଶୁଭ୍ରାଂଶୁ କୁମାର ଭୋଇ, ଏଏସଆଇ ନିରଞ୍ଜନ ବେହେରା,ଏସଆଇ ତୃପ୍ତି ମୟୀ ପଢିଆରୀ ଓ ସମସ୍ତ ଥାନା କର୍ମଚାରୀଙ୍କ ସମେତ କମଳାକାନ୍ତ ନାୟକ, ତ୍ରୈଲୋକ୍ୟ ନାଥ ଗୁଇଁ,ପ୍ରଭାସ ଚନ୍ଦ୍ର ସେଠୀ, କ୍ଷିତେନ୍ଦ୍ର ନାଥ ମିତ୍ର, ଦିଲିପ ମହାନ୍ତି,ଵୁଵୁ ମହାନ୍ତି,ସତ୍ୟ ସିଦ୍ଧାନ୍ତ ଦାଶ, ଅମୁଲ୍ୟ ସାହୁ ପ୍ରମୁଖ ସହାୟତା କରିଥିଲେ।

