କଟକ, ୧୬/୭/୨୦୨୪ (ଓଡ଼ିଶା ସମାଚାର)- ବଜରଙ୍ଗ ଦଳ ମଣିଜଙ୍ଗ ଶାଖା ପକ୍ଷରୁ କିଶନନଗର ଥାନା ମଣିଜଙ୍ଗ ପଞ୍ଚାୟତ ଉପକଣ୍ଠ ଚିତ୍ରୋତ୍ପଳା ନଦୀ ପଠାରେ ୭୫ ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ବିଭିନ୍ନ କିସମର ବୃକ୍ଷ ରୋପଣ କରାଯିବା ସହ ଏହାର ଜାଲି ବ୍ୟବସ୍ଥା କରି ଏହାର ସ୍ଥାୟୀ ସୁରକ୍ଷା ବ୍ୟବସ୍ଥା କରା ଯାଇଥିଲା । ଏହି ପରିବେଶ ସୁରକ୍ଷା ଅଭିଯାନରେ ଅଞ୍ଜନ ମାଦେଲି, ଇଂ.ରାଜେଶ୍ୱର ସାହୁ,ବିନୋଦ କୁମାର ସାହୁ,ପରେଶ ସାହୁ ଓ ସ୍ଥାନୀୟ ଜନ ସାଧାରଣ ଉପସ୍ଥିତଥିଲେ ।
ଚିତ୍ରୋତ୍ପଳା ନଦୀ ପଠାରେ ବଜରଙ୍ଗ ଦଳ ପକ୍ଷରୁ ବୃକ୍ଷରୋପଣ ।
