Breaking News : ମହାନଦୀରେ ଭାସିଗଲେ ୩ ଯୁବକ : ୨ ସୁରକ୍ଷିତ ଉଦ୍ଧାର, ଜଣେ ନିଖୋଜ

କଟକ, ୦୫/୦୭/୨୦୨୬ (ଓଡ଼ିଶା ସମାଚାର)- ମହାନଦୀର ନରାଜ ନିକଟସ୍ଥ ବୁଢ଼ା ବନ୍ଧରେ ଆଜି ରବିବାର ଏକ ଦୁଃଖଦ ଅଘଟଣ ଘଟିଛି। ବୁଢ଼ା ବନ୍ଧ ନିକଟରେ ବୁଲାବୁଲି କରୁଥିବା ବେଳେ ୩ ଜଣ ଯୁବକ ହଠାତ୍ ନଦୀର ପ୍ରଖର ସ୍ରୋତରେ ଭାସିଯାଇଥିଲେ। ସ୍ଥାନୀୟ ଲୋକ ଓ ଅଗ୍ନିଶମ ବାହିନୀ ସହାୟତାରେ ୨ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣେ ଯୁବକ ଏପର୍ଯ୍ୟନ୍ତ ନିଖୋଜ ରହିଛନ୍ତି। ନିଖୋଜ ଯୁବକ ଜଣକ କଟକ ମାଛୁଆ ବଜାର ଅଞ୍ଚଳର ।

ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଅଗ୍ନିଶମ ବାହିନୀ ଓ ପୁଲିସ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହି ଘଟଣା ପରେ ନଦୀ କୂଳରେ ବହୁ ସଂଖ୍ୟକ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଛି।

ବର୍ଷା ଋତୁରେ ମହାନଦୀର ଜଳସ୍ତର ଓ ସ୍ରୋତ ବଢ଼ିଥିବାରୁ ନଦୀ କୂଳ ଓ ବନ୍ଧ ଅଞ୍ଚଳକୁ ବୁଲିବାକୁ ଯାଉଥିବା ଲୋକଙ୍କୁ ପ୍ରଶାସନ ସତର୍କତା ଅବଲମ୍ବନ କରିବାକୁ ବାରମ୍ବାର ପରାମର୍ଶ ଦେଉଛି। ନିଖୋଜ ଯୁବକଙ୍କ ସନ୍ଧାନ ମିଳିବା ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିବ ।

 

Leave a Reply

Your email address will not be published. Required fields are marked *