ବିବେକାନନ୍ଦ ଶିକ୍ଷାକେନ୍ଦ୍ର ଅଟିରା ଶାଖା ର ୨୪ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଯାଜପୁର,୨୪/୧୨/୨୦୨୪(ଓଡ଼ିଶା ସମାଚାର/ସୁରେଶ କୁମାର କର)-ବିବେକାନନ୍ଦ ଶିକ୍ଷାକେନ୍ଦ୍ର ଅଟିରା ଶାଖା ର ୨୪ ତମ ବାର୍ଷିକ ଉତ୍ସବ ମଙ୍ଗଳବାର ସ୍ଥାନୀୟ ସନ୍ଥନ ମଠ ପଡିଆ ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଅଛି।

ପ୍ରମୋଦ କୁମାର ବିଶ୍ଵାଳ ଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବାର୍ଷିକ ସଭାରେ ଟାଟାପାୱାର କଟକ ଡିଭିଜନ ର ଅର୍ଥ ପରିଚାଳକ ଡକ୍ଟର ସୁରେଶ ଚନ୍ଦ୍ର ନନ୍ଦ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ସନ୍ଥନ ମହାବିଦ୍ୟାଳୟ  ଓଡିଆ ବିଭାଗ ପ୍ରଫେସର ପ୍ରଶାନ୍ତ କୁମାର ସାହୁ

ଅନୁଷ୍ଠାନ ପ୍ରଧାନ ଶିକ୍ଷକ ଶୁକଦେବ ପାତ୍ର , ବିଶିଷ୍ଟ ସମାଜସେବୀ ଅରବିନ୍ଦ ମହାନ୍ତି ,କୈଳାସ ଚନ୍ଦ୍ର ମଲ୍ଲିକ ସରପଂଚ ଅଟିରା ଗ୍ରା.ପ ଓ ମୁଖ୍ୟବକ୍ତା ଭାବେ  ଦିଲ୍ଲୀପ୍ କୁମାର ଦାସ, ବିଶିଷ୍ଟ ଶିକ୍ଷାବିତ ଓ ସାହିତ୍ୟିକ,ପରିଚାଳନା କମିଟି ପକ୍ଷରୁ ବରୀ ବ୍ଲକ ର ପ୍ରାକ୍ତନ ଉପାଧ୍ୟକ୍ଷ ହେମନ୍ତ କୁମାର ମହାପାତ୍ର , ବିଜୟ ସାହୁ ,ତାରାକାନ୍ତ ପରିଡା ଓ ବ୍ରଜମୋହନ ସାହୁ ମଞ୍ଚାସୀନ ରହି ଛାତ୍ରଛାତ୍ରୀ ମାନଙ୍କୁ ବହୁ ଉପାଦେୟ ତତ୍ୱ ପ୍ରଦାନ କରିବା ସହ ଆଗାମୀ ଦିନରେ ଏହି ବିଦ୍ୟାଳୟ ସମଗ୍ର ରାଜ୍ୟରେ ବରୀ ର ଟେକ ରଖିବ ସେ ବିଷୟରେ ପରାମର୍ଶ ଦେଇଥିଲେ ।

ପରେ ପରେ କେନ୍ଦ୍ରର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି ଅବସରରେ ବିଭନ୍ନ ବିଭାଗରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରି ସେମାନଙ୍କ ଉଜ୍ଵଳ ଭବିଷ୍ୟତ କାମନା କରିଥିଲେ । ଏହି କାର୍ଯ୍ୟକ୍ରମ କୁ ବିଦ୍ୟାଳୟର ସମସ୍ତ କର୍ମଚାରୀ ଙ୍କ ସହ ଅଭିବାକ ମାନେ ସଞ୍ଚାଳନ କରିଥିଲେ।

Leave a Reply

Your email address will not be published. Required fields are marked *