କଟକ ସଦର ,୨୪/୧୨/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଗତକାଲି (ସୋମବାର ଦିନ) କଟକ ସଦର ବିଜେପି ମଣ୍ଡଳ ସଭାପତି ଙ୍କ ସମ୍ଭାବ୍ୟ ତାଲିକା ‘ ଓଡ଼ିଶା ସମାଚାର ‘ ରେ ପ୍ରକାଶିତ ହେବା ପରେ ବିଜେପି କାର୍ଯ୍ୟକର୍ତ୍ତା ମାନେ ଅସନ୍ତୋଷ ପ୍ରକାଶ କରି ଅନିୟମିତତା ମଧ୍ୟରେ ଏଵଂ ମନୋମୁଖୀ ଭାବେ କରାଯାଇଥିବା ତାଲିକା ବିରୁଦ୍ଧରେ ରାଜ୍ୟ ବିଜେପି ମୁଖିଆ ମନମୋହନ ସାମଲଙ୍କୁ ଭେଟି ଫେରାଦ ହୋଇଥିବା ଜଣାପଡିଛି।ଏହାର ନିରାକରଣ ପାଇଁ ମନୋମୋହନ କାର୍ଯ୍ୟକର୍ତ୍ତା ମାନଙ୍କୁ ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି। ଏଥିରେ ଅଶୋକ ସାହୁ, ଅଭିମନ୍ୟୁ ସାହୁ,କିରଣ ସାହୁ, ଲିଙ୍ଗରାଜ ମଲ୍ଲିକ, ରାଧାକୃଷ୍ଣ ମଲ୍ଲିକ, ଚନ୍ଦ୍ରଶେଖର ମଲ୍ଲିକ, ପ୍ରମୋଦ ଓଝା,୪୨ ମୈ।ଜା ମଣ୍ଡଳ ସଭାପତି ପିୟୁଷ ରଞ୍ଜନ ପରିଡା, ସଂଜୟ ସାହୁ,ପିୟୁଷ ପରିଡ଼ା,ଜିତେନ୍ କର, ଜିତେନ୍ଦ୍ର ବିଶ୍ୱାଳ ପ୍ରମୁଖ ବହୁ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ। ହେଲେ ଭିଡି ଥିବା ବାଣ ଫୁଟୁଛିକି ଫୁସୁକି ଯାଉଛି ତାକୁ କେବଳ ଦେଖିବାକୁ ବାକି ରହିଲା।