କଟକ ସଦର,୦୨/୦୨/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କନ୍ଦରପୁର କଲେଜରେ ପ୍ରାଣୀବିଜ୍ଞାନ ବିଭାଗ ପକ୍ଷରୁ ଏକ ରାଜ୍ୟସ୍ତରୀୟ ବିଷୟ ଭିତ୍ତିକ ଆଲୋଚନା ଚକ୍ର (ସେମିନାର) ଅନୁଷ୍ଠିତ ହୋଇଯାଇଛି। ଏହାକୁ ଅଧ୍ୟକ୍ଷା ଡ଼ଃ ସ୍ୱାତୀ ପଣ୍ଡା ଉଦଘାଟନ କରିଥିଲେ।

ଏଥିରେ କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ର ପ୍ରାକ୍ତନ ବିଭାଗୀୟ ମୁଖ୍ୟ ଶରତ କୁମାର ପାଲିତା, ସାଲେପୁର ସ୍ୱୟଂ ଚାଳିତ ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ ଡଃ ଉମେଶ ଚନ୍ଦ୍ର ପତି, ନୟାଗଡ଼ ସ୍ୱୟଂ ଚାଳିତ ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ ମେଜର ମଞ୍ଜୁଶ୍ରୀ ପତି ପ୍ରମୁଖ ଯୋଗ ଦେଇ ‘ଜଳ ବାୟୁ ପରିବର୍ତ୍ତନ’ ସହ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ।
ଉକ୍ତ ଆଲୋଚନା ଚକ୍ର ପରିଚାଳନାରେ କଲେଜର ପ୍ରଶାସନିକ ଅଧିକାରୀ ପ୍ରାଧ୍ୟାପକ ଶ୍ୟାମ ଗୋବିନ୍ଦ ଜେନା, ଅଧ୍ୟାପିକା ଡ଼ଃ ନମିତା ପଟ୍ଟନାୟକ, ଅଧ୍ୟାପିକା ସ୍ୱାତୀ ସଂଗୀତା ବେହେରା, ଅଧ୍ୟାପିକା ପ୍ରତ୍ୟାଶା ଶତପଥୀ, ଅଧ୍ୟାପକ ଅମୀୟ ରଞ୍ଜନ ନାୟକ, ଅଧ୍ୟାପକ ପ୍ରଦୀପ୍ତ ବିଶ୍ୱାଳ, ଅଧ୍ୟାପକ ଅଦ୍ଵୈତ କୁମାର ସ୍ବାଇଁ, ଅଧ୍ୟାପକ ସଂଗ୍ରାମ କେଶରୀ ଜଗଦେଵ, ଅଧ୍ୟାପକ ଏସ୍ ଚକ୍ରବର୍ତ୍ତୀ, ବୈଦ୍ୟନାଥ ପଣ୍ଡା, ସଂଗ୍ରାମ ବେହେରା ଙ୍କ ସମେତ କଲେଜର ସମସ୍ତ ଅଧ୍ୟାପକ/ଅଧ୍ୟାପିକା ଓ କର୍ମଚାରୀମାନେ ସହାୟତା କରିଥିଲେ।
