ଭୁବନ,୧୧/୭/୨୦୨୪ (ଓଡ଼ିଶା ସମାଚାର)-ଭୁବନ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବନ ମହୋତ୍ସବ ପାଳିତ ହୋଇଯାଇଛି। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମନୋଜ କୁମାର ପୋଥାଳ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୃକ୍ଷ ରୋପଣ ର ଆବଶ୍ୟକତା ଓ ବୃକ୍ଷ ହାନୀ,ଜଙ୍ଗଲ କ୍ଷୟ ଯୋଗୁଁ କିଭଳି ଜଳବାୟୁ ପରିବର୍ତ୍ତନ,ଗ୍ରୀଷ୍ମ ପ୍ରବାହ,ସୁନାମୀ ହେଉଛି , ସେ ସମ୍ପର୍କରେ ଆଲୋଚନା କରି ଛାତ୍ରୀ ମାନଙ୍କୁ ବୃକ୍ଷ ରୋପଣ ପାଇଁ ସଚେତନ କରିଥିଲେ । ବିଧାୟକ ଙ୍କ ସମେତ ଶିକ୍ଷକ ଉଦୟ କୁମାର ପତି,ଦୀପକ କୁମାର ବେହେରା,ଶିକ୍ଷୟିତ୍ରୀ ନମିତା ମହାନ୍ତି,ହିରନ୍ ମୟୀ ସାହୁ,ମାନସୀ ନାୟକ,ସ୍ବପ୍ନl ବେହେରା, ନମିତା ସାହୁ, ରଜେଶ୍ୱରୀ ଗୁଇଁ,ପାର୍ବତୀ ବାସ୍କେ,ଲିପାରାଣୀ ସାହୁ, ଇକୋ କ୍ଲବ୍ ଶିକ୍ଷୟିତ୍ରୀ ମନିତା ସାହୁ ,କର୍ମଚାରୀ ଅରୁଣ କୁମାର ଦାସ,ଉଦୟନାଥ ବାରିକ,ଜଗବନ୍ଧୁ ନାୟକ ପ୍ରମୁଖ ଉପସ୍ଥିତ ରହି ଚାରା ରୋପଣ କରିଥିଲେ।
ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ
