ବେଗୁନିଆ , ୧୯/୧୨/୨୦୨୩(ଓଡ଼ିଶା ସମାଚାର / ହିମାଂଶୁ ଭୁଷଣ ଚମ୍ପତିରାୟ) -ବେଗୁନିଆ ବୋଲଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୋଲଗଡ ବ୍ଲକର କଡବ,ଗୋପାଳପୁର ଓ ସାନପଦର ଗ୍ରାମପଞ୍ଚାୟତର ବିଭିନ୍ନ ଗ୍ରାମକୁ ଯାଇ ପ୍ରଭୁଙ୍କ ଆଶିର୍ବାଦ ନେଇ ଜନ ସମ୍ପର୍କ ଅଭିଯାନର ଶୁଭାରମ୍ଭ କରିଛନ୍ତି ବିଜୁ ଜନତା ଦଳର ଭୁବନେଶ୍ବର ଲୋକସଭା ନିର୍ବାଚନ ମଣ୍ଡଳୀର ସାଂସଦ ପ୍ରାର୍ଥୀନୀ ତଥା କୋଠାବାଡ଼ି ଓ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ର ଅଧ୍ୟକ୍ଷା,ସାଧାରଣ ସମ୍ପାଦିକା ଶ୍ରୀମତୀ ଶ୍ରୀମୟୀ ମିଶ୍ର,ବେଗୁନିଆ ବୋଲଗଡ ବିଧାୟକ ତଥା ଖୋର୍ଦ୍ଧା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ସାହୁ,ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ଶ୍ରୀଯୁକ୍ତ ପ୍ରଦୀପ କୁମାର ସାହୁ,ଖୋର୍ଦ୍ଧା ଜିଲ୍ଲା ବିଜେଡ଼ି ସହ ପର୍ଯ୍ୟବେକ୍ଷକ ଶୁଭ୍ରାଂଶୁ ମିଶ୍ର,ବୋଲଗଡ ବ୍ଲକ ବିଜେଡ଼ି ପର୍ଯ୍ୟବେକ୍ଷକ ରଘୁନାଥ ଲେଙ୍କା,ବିଜୁ ଯୁବ ଜନତା ଦଳର ରାଜ୍ୟ ସମ୍ପାଦକ ଶୁଭକାନ୍ତ ମହାପାତ୍ର,ସୋସିଆଲ ମିଡିଆର ମୂଖ୍ୟ ବିରଞ୍ଚି ଜେନା,ବୋଲଗଡ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ତଥା ବଡ଼କୁମାରୀ ସରପଞ୍ଚ ପ୍ରଫୁଲ୍ଲ ପ୍ରଧାନ ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ,୨୬ ଓ ୨୭ ନମ୍ବର ଜିଲ୍ଲାପରିଷଦ ସଭ୍ୟ ସୁବାସ ଚନ୍ଦ୍ର ରାୟଗୁରୁ ଓ ପ୍ରଦୀପ୍ତ କିଶୋର ଛୋଟରାୟ,ବ୍ଲକ ବିଜେଡ଼ି ସଭାପତି ବାନମ୍ୱର ମାଝୀ,ବ୍ଲକ ବିଜେଡ଼ି ମହିଳା ସଭାନେତ୍ରୀ ପ୍ରଭାତୀ ରାଉତରାୟ ସମସ୍ତ ପଞ୍ଚାୟତର ସରପଞ୍ଚ,ସମିତି ସଭ୍ୟ/ସଭ୍ୟା,ବ୍ଲକ ସ୍ତରୀୟ ମହିଳା ମହାସଂଘର ସଭ୍ୟା ବୃନ୍ଦ,ସମସ୍ତ ଗ୍ରାମପଞ୍ଚାୟତର ବିଜୁ ପ୍ରେମୀ ବନ୍ଧୁଗଣ ଓ ଉକ୍ତ ତିନିଗୋଟି ଗ୍ରାମ ପଞ୍ଚାୟତର ମିଶନ ଶକ୍ତି ମା ମାନେ ।
ବେଗୁନିଆ ବୋଲଗଡ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ଜନ ସମ୍ପର୍କ ଅଭିଯାନ
