ନିରାକାରପୁର, ୧୯/୧୨/୨୦୨୩(ଓଡ଼ିଶା ସମାଚାର / ହିମାଂଶୁ ଭୁଷଣ ଚମ୍ପତିରାୟ) -ଜଣେ ମହିଳା ଓ ତାର ଗୋଟିଏ ଝିଅକୁ ନେଇ ଖୋର୍ଦ୍ଧା ଡାକ୍ତରଖାନା ଯାଇଥିବାବେଳେ ଆଜିକୁ ମାସେ ହେବ କେଉଁ ଆଡେ ପଳାଇଥିବାବେଳେ ଜଂକିଆ ପୋଲିସ ଏହାକୁ ଗୁରୁତ୍ଵ ଦେଉନଥିବା ବିଷୟରେ ମହିଳାଙ୍କ ସ୍ବାମୀ ନିରଞ୍ଜନ ଟାଙ୍ଗୀ ରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ୟ୍ୟକ୍ରମରେ ଅଭିଯୋଗ କରିଥିବା ଜଣାପଡିଛି। ସୂଚନାଯୋଗ୍ୟ କି ଖୋରଧା ଜିଲ୍ଲା ଜଂକିଆ ଥାନା ଅନ୍ତର୍ଗତ ଡମଣଭୂମି ଗ୍ରାମର ନିରଞ୍ଜନ ଭୋଳ ଙ୍କ ପତ୍ନୀ ଗୀତାଞ୍ଜଳୀ ଭୋଳ ନିଜର ୩ ବର୍ଷର ଝିଅକୁ ନେଇ ଗତ ନଭେମ୍ବର ୨୨ ତାରିଖରେ ଖୋର୍ଦ୍ଧା ହସ୍ପିଟାଲ ଆସିଥିବାବେଳେ ଆଉ ଘରକୁ ଫେରି ନ ଥିଲେ। ପୋଲିସ ନିକଟରେ ଅଭିଯୋଗ ହେବାପରେ ନଭେମ୍ବର ୨୪ ରେ ମାମଲା ରୁଜୁ ହୋଇଛି। କିନ୍ତୁ ପୋଲିସ ଘଟଣାକୁ ଗୁରୁତ୍ଵ ଦେଉନଥିବା ଆଉ ଫେରାର ହୋଇଥିବା ମହିଳା ଓ ଝିଅକୁ ଫେରାଇ ଆଣିବା ପାଇଁ ଚେଷ୍ଟା କରୁଥିନବାରୁ ଏହାର ବିରୁଦ୍ଧରେ ସ୍ବାମୀ ନିରଞ୍ଜନ ଏକ ଲିଖିତ ଅଭିଯୋଗ ଜିଲ୍ଲାପାଳଙ୍କୁ ଦେଇଥିବା ଜଣାପଡିଛି। ଏ ସମ୍ପର୍କରେ ଜଂକିଆ ଥାନା ଆଇଆଇସି ଙ୍କୁ ପଚରାଯିବାରେ ଏ ଘଟଣାରେ ମ୍ୟାନ ମିସିଂ ସମ୍ପର୍କରେ ଏକ କେସ ହୋଇଛି। ସେ ତଦନ୍ତ ଜାରି ରଖିଛନ୍ତି ବୋଲି ଜଣାଇଛନ୍ତି।
Related Posts
ମୂର୍ଚ୍ଛନା ସାହିତ୍ୟ ସଂସଦ ଓ ପାଠାଗାରର ୨୬ ତମ ବାର୍ଷିକ ଉତ୍ସବ
ଜୁନାଗଡ, ୩୦/୯/୨୦୨୪ (ଓଡ଼ିଶା ସମାଚାର)- କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକର ରେଣ୍ଡୋମାଝୀ ସଂସ୍କୃତି ଭବନ ଠାରେ ମୂର୍ଚ୍ଛନା ସାହିତ୍ୟ ସଂସଦ ଓ ପାଠାଗାର ୨୬ ତମ ବାର୍ଷିକ…
ସମ୍ବଲପୁରର ଭତରା ଠାରେ ‘ଲାଭାର୍ଥୀ ସମ୍ପର୍କ ଅଭିଯାନ’ରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ
ସମସ୍ତଙ୍କ ସେବା ଓ କଲ୍ୟାଣ ମୋଦୀଙ୍କ ଗ୍ୟାରେଣ୍ଟି – ଧର୍ମେନ୍ଦ୍ର ପ୍ରଧାନ • ଆଜି ଘରେ ଘରେ ମୋଦୀ ଗ୍ୟାରେଣ୍ଟିର ନାରା ଶୁଭୁଛି • ଆବାସ ଯୋଜନାରେ…
ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ମୁକାବିଲା ପାଇଁ ସଦର ବିଧାୟକଙ୍କ ସମନ୍ୱୟ ସଚେତନତା ବୈଠକ
କଟକ ସଦର ,୨୩/୧୦/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ସମ୍ଭାବ୍ୟ ବାତ୍ୟା ‘ଦାନା’କୁ କିଭଳି ମୁକାବିଲା ସହ ଜିରୋ କାଜୁଆଲିଟି କରାଯାଇପାରିବ ସେଥିପାଇଁ କଟକ ସଦର ବିଧାୟକ…
