ନିରାକାରପୁର, ୧୯/୧୨/୨୦୨୩(ଓଡ଼ିଶା ସମାଚାର / ହିମାଂଶୁ ଭୁଷଣ ଚମ୍ପତିରାୟ) -ଜଣେ ମହିଳା ଓ ତାର ଗୋଟିଏ ଝିଅକୁ ନେଇ ଖୋର୍ଦ୍ଧା ଡାକ୍ତରଖାନା ଯାଇଥିବାବେଳେ ଆଜିକୁ ମାସେ ହେବ କେଉଁ ଆଡେ ପଳାଇଥିବାବେଳେ ଜଂକିଆ ପୋଲିସ ଏହାକୁ ଗୁରୁତ୍ଵ ଦେଉନଥିବା ବିଷୟରେ ମହିଳାଙ୍କ ସ୍ବାମୀ ନିରଞ୍ଜନ ଟାଙ୍ଗୀ ରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ୟ୍ୟକ୍ରମରେ ଅଭିଯୋଗ କରିଥିବା ଜଣାପଡିଛି। ସୂଚନାଯୋଗ୍ୟ କି ଖୋରଧା ଜିଲ୍ଲା ଜଂକିଆ ଥାନା ଅନ୍ତର୍ଗତ ଡମଣଭୂମି ଗ୍ରାମର ନିରଞ୍ଜନ ଭୋଳ ଙ୍କ ପତ୍ନୀ ଗୀତାଞ୍ଜଳୀ ଭୋଳ ନିଜର ୩ ବର୍ଷର ଝିଅକୁ ନେଇ ଗତ ନଭେମ୍ବର ୨୨ ତାରିଖରେ ଖୋର୍ଦ୍ଧା ହସ୍ପିଟାଲ ଆସିଥିବାବେଳେ ଆଉ ଘରକୁ ଫେରି ନ ଥିଲେ। ପୋଲିସ ନିକଟରେ ଅଭିଯୋଗ ହେବାପରେ ନଭେମ୍ବର ୨୪ ରେ ମାମଲା ରୁଜୁ ହୋଇଛି। କିନ୍ତୁ ପୋଲିସ ଘଟଣାକୁ ଗୁରୁତ୍ଵ ଦେଉନଥିବା ଆଉ ଫେରାର ହୋଇଥିବା ମହିଳା ଓ ଝିଅକୁ ଫେରାଇ ଆଣିବା ପାଇଁ ଚେଷ୍ଟା କରୁଥିନବାରୁ ଏହାର ବିରୁଦ୍ଧରେ ସ୍ବାମୀ ନିରଞ୍ଜନ ଏକ ଲିଖିତ ଅଭିଯୋଗ ଜିଲ୍ଲାପାଳଙ୍କୁ ଦେଇଥିବା ଜଣାପଡିଛି। ଏ ସମ୍ପର୍କରେ ଜଂକିଆ ଥାନା ଆଇଆଇସି ଙ୍କୁ ପଚରାଯିବାରେ ଏ ଘଟଣାରେ ମ୍ୟାନ ମିସିଂ ସମ୍ପର୍କରେ ଏକ କେସ ହୋଇଛି। ସେ ତଦନ୍ତ ଜାରି ରଖିଛନ୍ତି ବୋଲି ଜଣାଇଛନ୍ତି।
Related Posts
କଟକର ନୂଆ ଜିଲ୍ଲାପାଳ ହେଲେ ଦତ୍ତାତ୍ରେୟ ଭାଉସାହେଵ୍ ସିନ୍ଧେ,ସିଏମସି କମିଶନର ଙ୍କ ଵଦଳି
କଟକ ସଦର , ୮/୮/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ରାଜ୍ୟ ସରକାରଙ୍କ ପକ୍ଷରୁ ଆଇଏଏସ୍ ସ୍ତରରେ ହୋଇଥିବା ଅଦଳବଦଳ ପ୍ରକ୍ରିୟାରେ କଟକରୁ ସିଏମସି କମିଶନର ଵଦଳି…
କମିଶନରେଟ କନ୍ଦରପୁର ଥାନା: ତିନିମାସ ବିତିଗଲା ହେଲେ ଗଳାକଟା ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହେଲା ନାହିଁ
କଟକ ସଦର,୨୪/୮/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ସେଦିନ ଥିଲା ମେ ମାସ ୨୪ ତାରିଖ। ରାତି ପାହିଲେ ୨୫ ତାରିଖରେ ସାଧାରଣ ନିର୍ବାଚନ। ଏଥିପାଇଁ ଚାରିଆଡ଼େ…
ବୈଷ୍ଣବ ପରିଡ଼ାଙ୍କ ଜୟନ୍ତୀ ସମାରୋହ ୧୫ରେ
ପଦ୍ମ ଚରଣ ନାୟକଙ୍କୁ ପ୍ରଥମ ‘ବୈଷ୍ଣବ ପରିଡ଼ା ସ୍ମୃତି ସମ୍ମାନ’ ଭୁବନେଶ୍ୱର,୦୯/୦୨/୨୦୨୪ (ଓଡ଼ିଶା ସମାଚାର)- ବିଶିଷ୍ଟ ରାଜନୀତିଜ୍ଞ, ସୁସାହିତି୍ୟକ ତଥା ଭାଷା ସୁରକ୍ଷା ସମ୍ମିଳନୀର କର୍ଣ୍ଣଧାର ସ୍ୱର୍ଗତ…
