କେନ୍ଦ୍ରାପଡ଼ା, ୨୧/୧୨/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସହରସ୍ଥ ଆଇଡିଆଲ ପବ୍ଲିକ ସ୍କୁଲର ୩୩ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ୧୮ ଓ ୧୯ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପ୍ରତିଯୋଗିତାର ଉଦଘାଟନୀ ସଭାରେ କେନ୍ଦ୍ରାପଡା ଜିଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ କ୍ରୀଡାର ଆବଶ୍ୟକତା ସମ୍ପର୍କରେ ମତପୋଷଣ କରିଥିଲେ । ଅନୁଷ୍ଠାନର ସଭାପତି ସରୋଜରାଜ ସିଂହ ଓ ସମ୍ପାଦକ ଅଧିକାରୀ ପ୍ରଭାତ କୁମାର ଦାଶ ଯୋଗଦେଇ କ୍ରୀଡା ପ୍ରତିଯୋଗିତା କିପରି ମଣିଷକୁ ଶୃଙ୍ଖଳାର ଶିକ୍ଷା ଦିଏ ସେ ବିଷୟରେ ବକ୍ତବ୍ୟ ରଖିଥିଲେ । ବିଦ୍ୟାଳୟ ଅଧ୍ୟକ୍ଷ ବାବାଜୀ ଚରଣ ମୁଦୁଲି କ୍ରୀଡାର ମହନୀୟତା ସମ୍ବନ୍ଧରେ ଶିକ୍ଷାର୍ଥୀମାନଙ୍କୁ ପ୍ରେରଣା ଦେଇଥିଲେ । ଶିକ୍ଷକ ପ୍ରଫୁଲ୍ଲ କୁମାର ଜେନା ଅତିଥି ପରିଚୟ ପ୍ରଦାନ କରିଥିଲେ । ଅନ୍ୟତମ ଶିକ୍ଷକ କିଶୋର କୁମାର ସିଂହ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ୫ଶହରୁ ଅଧିକ ଶିକ୍ଷାର୍ଥୀ କୁହୁକ ମେଜ, ଆଳୁ ଚାମଚ, ବାଧା ଦୌଡ, ଠେକୁଆ ଡିଆଁ, ଅଖାଡିଆଁ, ଗୋଳାଫିଙ୍ଗା, ଲମ୍ବଡିଆଁ, ନିର୍ଦ୍ଧାରିତ ମାପର ଦୌଡ, କୌତୁକ ପୋଷାକ ଆଦି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ସ୍କୁଲର ଉପାଧ୍ୟକ୍ଷ ବଦ୍ରିନାରାୟଣ ସିଂହ, ଶିକ୍ଷକ ରଞ୍ଜନ କୁମାର ପତି, ଶୁଭେନ୍ଦୁ କୁମାର କର, ସୁଶାନ୍ତ ପତି, ବିଜୟ କେତନ ସାହୁ, ହିମାଂଶୁ କୁମାର ଦାସ, ମିତା ମହାନ୍ତି, ସସ୍ମିତା ରାଜ, ଅନୁସୂୟା ପରିଡା, ସସ୍ମିତା ଖଟୁଆ, ସାହିଦା ବେଗମ୍, ରଚନା ନାୟକ, ସ୍ମିତାରାଣୀ ଲେଙ୍କା, ସଂଘମିତ୍ରା ରାଉତରାୟ, ରାଜଶ୍ରୀ ମମତା ଦାସ, ସାହିସ୍ତା ପରୱିନ, ଅଖିଳ ପରିଡା ପ୍ରମୁଖ ଶିକ୍ଷକ, ଶିକ୍ଷୟତ୍ରୀମାନେ ଖେଳଟିକୁ ପରିଚାଳନା କରିଥିଲେ । ଶେଷରେ ସ୍କୁଲର ଅଧ୍ୟକ୍ଷ ଓ ଅନ୍ୟତମ ଅତିଥି ଶିକ୍ଷକ ବିପିନ ବିହାରୀ ଖୁଂଟିଆ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।