ରଙ୍କନାଥ ମେମୋରିଆଲ କ୍ରିକେଟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ସୁନ୍ଦରପୁର ଫାଇନାଲ ମ୍ୟାଚ :-ଟାଇଟଲ କ୍ଲବ ଜଟଣୀ ଚାମ୍ପିଆନ

ଟାଙ୍ଗୀ/ ନିରାକାରପୁର ୧୪/୦୧/୨୦୨୪ (ଓଡ଼ିଶା ସମାଚାର)-ସ୍ଥାନୀୟ ସୁନ୍ଦରପୁର ପଞ୍ଚାୟତ ଖେଳ ପଡିଆରେ ଚାଲିଥିବା ରଙ୍କନାଥ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି ।ଏହି ମ୍ୟାଚଟି ବିଡାନାସୀ କ୍ରିକେଟ କ୍ଲବ କଟକ ବନାମ ଟାଇଟଲ କ୍ରିକେଟ କ୍ଲବ ଜଟଣୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଟସ ଜିତି ବିଡାନାସୀ ଦଳ ବ୍ୟାଟିଂର ନିଷ୍ପତିନେଇ ନିର୍ଦ୍ଧାରିତ ୨୦ ଓଭରରେ ସମସ୍ତ ଉଇକେଟ ହରାଇ ୧୧୪ ରନ ସଂଗ୍ରହ କରିଥିଲା । ଏହାର ଜବାବରେ ଟାଇଟଲ ଜଟଣୀ ଦଳ ଦଳ ୧୩ ଓଭରରେ ୦୪ ଉଇକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରି ଚଳିତବର୍ଷର ବିଜେତା ହୋଇପାରିଥିଲା । ଦିଲ୍ଲୀପ ସୁନ୍ଦରାୟ ଓ ସୁଶାନ୍ତ ସାହୁ ଖେଳ ପରିଚାଳନା କରିଥିଲେ । ଆୟୋଜିତ କାର୍ୟ୍ୟକ୍ରମରେ ମୁଖ୍ୟଅତିଥିଭାବେ ରାଜ୍ୟ ବିଜୁ ମହିଳା ଜନତା ଦଳ ବରିଷ୍ଠ ଉପସଭାପତି ବାସନ୍ତୀ ମହାପାତ୍ର ଯୋଗଦେଇ ଖେଳ ଦ୍ୱାରା ଭାଇଚାରା ଭାବ ସୃଷ୍ଟି ହେବା ସହ ଶରୀର ସୁସ୍ଥ ରହିଥାଏ ବୋଲି ଖେଳାଳୀ ମାନଙ୍କୁ ଉପଦେଶ ଦେବା ସହ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ଉଭୟ ବିଜେତା ଓ ଉପବିଜେତା ଦଳକୁ ଅନୁଷ୍ଠାନ ପକ୍ଷରୁ ଟ୍ରଫିସହ ନଗଦ ଅର୍ଥ ରାଶି ପ୍ରଦାନ କରିଥିଲେ । ମଂଚାସୀନ ଥିଲେ ସୁନ୍ଦରପୁର ସରପଞ୍ଚ, ସୁଜିତ କୁମାର ହାଲଦାର ସହଯୋଗ କରିଥିଲେ ଘନ ସାହୁ,ଶୁଭକାନ୍ତ ପ୍ରଧାନ,ସତ୍ୟ ବ୍ରତ ସ୍ୱାଇଁ,ରତିକାନ୍ତ ପରିଡା ଏବଂ ଦୀପକ ପରିଡା ପ୍ରମୁଖ ଉପସ୍ଥିତ ଥିଲେ । ମ୍ୟାନ ଅଫଦି ମ୍ୟାଚ ପାଇଥିଲେ ଟିଂକୁ ଏବଂ ମ୍ୟାନ ଅଫଦି ସିରିଜ ଚାନ୍ଦ ।

Leave a Reply

Your email address will not be published. Required fields are marked *