ରବୀନ୍ଦ୍ର ମଣ୍ଡପ ରେ ନାଚିଲେ ଏକତ୍ର ଗୁରୁ ଶିଷ୍ୟ

ଭୁବନେଶ୍ୱର,୨୫/୧୧/୨୦୨୩ (ଓଡ଼ିଶା ସମାଚାର)- ଶଙ୍ଖ ନାଦ ନୃତ୍ୟ ଅନୁଷ୍ଠାନ ପକ୍ଷରୁ ଏକ ନିଆରା ପରମ୍ପରା ରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିବାର ଦଖିବାକୁ ମିଳିଥିଲା। ଶଙ୍ଖନାଦ ନୃତ୍ୟ ଅନୁଷ୍ଠାନ ପକ୍ଷରୁ ରବୀନ୍ଦ୍ର ମଣ୍ଡପ ଠାରେ ଶଙ୍ଖନାଦ କଳା ସମ୍ମାନ ପ୍ରଥମ ବାର୍ଷିକ ଉତ୍ସବ ପାଳନ କରାଯାଇଛି । ଏହି ଅନୁଷ୍ଠାନର ସଭାପତି ଶ୍ରୀ ପ୍ରଶାନ୍ତ ସାହୁ ଙ୍କ ଦ୍ଵାରା ରାଜ୍ୟ ର ବିଭିନ୍ନ ଅଞ୍ଚଳ ରୁ ଛୋଟ ବଡ଼ କଳାକାର ମାନେ ଯୋଗ ଦେଇ ନୃତ୍ୟ ପରିବେଷଣ କରିଥିଲେ ।ଏହି ନୃତ୍ୟ ପରିବେଷଣ ରେ କେନ୍ଦୁଝର ଜିଲ୍ଲା ବଡବିଲ ଅଞ୍ଚଳର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଦ୍ରୌପଦୀ ଦେବୀ ଅନୁଷ୍ଠାନ ର ଚାଳିଶ ଜଣ ଛାତ୍ରୀ ନୃତ୍ୟ ପରିବେଷଣ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ। ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ ଶ୍ରୀ ରବି ନାରାୟଣ ସେନାପତି, ପୁର୍ବତନ ରାଜ୍ୟ ନିର୍ବାଚନ ଅଧିକାରୀ, ସୋତନ୍ତ୍ର ଅତିଥି ଭାବରେ ଯୋଗଦେଇ ଥିଲେ ଦ୍ରୌପଦୀ ଦେବୀ ମଙ୍ଗଳ କାରୀ ସଂସ୍ଥାର ମୂଖ୍ୟ ଶ୍ରୀମତୀ ନଳିନୀ ଆଗରୱାଲ୍ ଅଥିତି ଭାବରେ ଯୋଗଦେଇ ଥିଲେ ଶ୍ରୀ ସାଇକତ୍ ଦାସ, ଓଡ଼ିଶୀ ନୃତ୍ୟ ଗୁରୁ ଡକ୍ଟର ଶ୍ରୀମତୀ ସ୍ନେହପ୍ରଭା ସାମନ୍ତରାୟ, ମର୍ଦଳ ଗୁରୁ ଶ୍ରୀଧନସ୍ୱର୍ ସ୍ବାଇଁ, ଓଡ଼ିଶୀ ନୃତ୍ୟ ଗୁରୁ ଡକ୍ଟର ଶ୍ରୀ ମନୋରଞ୍ଜନ ପ୍ରଧାନ ଏହି କାର୍ୟ୍ୟ କ୍ରମ ରେ ଭାଗ ନେଇ ଥିବା ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଟ୍ରଫି ଓ ପ୍ରମାଣ ପତ୍ର ବଡ଼ବଡ଼ ଗୁରୁ ମାନକ ଦ୍ଵାର ପ୍ରଦାନ କରାଯାଇଥିଲା ଓ ସନ୍ଧ୍ୟା ର କାର୍ୟ୍ୟକ୍ରମ ଅତି ମନଲୋଭା ଥିଲା । ଏହି ଉତ୍ସବ ରେ ପ୍ରଥମତଃ ଗୁରୁ ଡକ୍ଟର ଗୁରୁ ସୁଜାତା ମହାପାତ୍ର ,ଗୁରୁ ନିରଞ୍ଜନ ସ୍ୱାଇ, ଗୁରୁ ଲିଙ୍ଗରାଜ ସ୍ବାଇଁ ଙ୍କୁ ଶଙ୍ଖ ନାଦ କଳା ସମ୍ମାନରେ ସମ୍ମାନିତ କରାଯାଇଥିଲା ଓ ଦ୍ରୌପଦୀ ଦେବୀ ମଙ୍ଗଳ କାରୀ ସଂସ୍ଥା ର ଅଧ୍ୟକ୍ଷ ଶ୍ରୀମତୀ ନଳିନୀ ଅଗରୱାଲ ଙ୍କୁ କଳା ପ୍ରାଣ ସମ୍ମାନ ରେ ସମ୍ମାନିତ କରାଯାଇଥିଲା । ତତ୍ ସହିତ ମିନାକ୍ଷୀ ରାଣୀ ଜେନା, ଶୋମୀୟ ବୋଷ, ନିରୋଜା ଲକ୍ଷ୍ମୀ ବରାଳ ଙ୍କୁ ଗୁରୁ ଶିଷ୍ୟ ପରମ୍ପରା ସମ୍ମାନ ରେ ସମ୍ମାନିତ କରାଯାଇଥିଲା ଓ ଗୁରୁ ଶିଷ୍ୟ ଙ୍କ ଯୁଗଳ ବନ୍ଦୀ ନୃତ୍ୟ ଅତି ମନ୍ତ୍ର ମୁଗ୍ଧ କରିଥିଲା ଦର୍ଶକ ମାନଙ୍କୁ ପ୍ରଥମ ନୃତ୍ୟ ଥିଲା ଗୁରୁ ଡକ୍ଟର ଶ୍ରୀମତୀ ସୁଜାତା ମହାପାତ୍ର ଓ ଶିଷ୍ୟ ସୋମୀୟ ବୋସ ଓ ପରେ ଗୁରୁ ଲିଙ୍ଗରରାଜ ସ୍ବାଇଁ ଓ ଶ୍ରୀମତୀ ମିନାକ୍ଷୀ ରାଣୀ ଜେନା, ଗୁରୁ ନିରଞ୍ଜନ ସ୍ବାଇଁ ଓ ନିରଜା ଲକ୍ଷ୍ମୀ ବରାଳ ନୃତ୍ୟ ପରିବେଷଣ କରିଥିଲେ ପରିଶେଷରେ ଶଙ୍ଖ ନାଦ ଅନୁଷ୍ଠାନ ର ଗୁରୁ ପ୍ରଶାନ୍ତ ସାହୁ ଓ ସାଥୀ କଳାକାର ମାନଙ୍କ ଦ୍ବାରା ଅନ୍ତିମ ନୃତ୍ୟ ପରିବେଷଣ କରି କାର୍ୟ୍ୟକ୍ରମ କୁ ଉଦଯାପନ କରାଯାଇଥିଲା।

Leave a Reply

Your email address will not be published. Required fields are marked *