ସଂସଦରେ ବାବା ସେହେବଙ୍କ ଅପମାନ – ଗଣତନ୍ତ୍ରର ହତ୍ୟା : ସମାଜବାଦୀ ପାର୍ଟି ଓଡିଶା

ଭୁବନେଶ୍ୱର,୨୧/୧୨/୨୦୨୪ (ଓଡ଼ିଶା ସମାଚାର)- ଭାରତୀୟ ସମ୍ବିଧାନର ଜନକ ଭାରତରତ୍ନ ବାବାସାହେବ ଆମ୍ବେଦକରଙ୍କ ପ୍ରତି ଅପମାନଜନକ ମନ୍ତବ୍ୟକୁ  ସମାଜବାଦୀ ପାର୍ଟି ଓଡିଶା ରାଜ୍ୟ କମିଟି ପକ୍ଷରୁ ତୀବ୍ର ନିନ୍ଦା କରାଯିବା ସହିତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ସାହା ଦେଶବାସୀଙ୍କୁ କ୍ଷମା ମାଗିବା ଓ ସାମ୍ବିଧାନିକ ପଦରୁ ଇସ୍ତଫା ଦେବାକୁ ସମାଜବାଦୀ ପାର୍ଟି ଦାବି କରିଛି । ପାର୍ଟିର ରାଜ୍ୟ ସଭାପତି ଶିବ ହାତି ଯାଦବ ଗଣ ମାଧ୍ୟମ ପ୍ରତିକ୍ରିୟାରେ କହିଛନ୍ତି ଯେ ବାବାସାହେବଙ୍କ ପ୍ରତି ଅପମାନ ଜନକ ମନ୍ତବ୍ୟରୁ ଦେଶବାସୀଙ୍କ ନଜର ହଟାଇବା ପାଇଁ ବିଜେପି ସାଂସଦଙ୍କ ଆହତ ହେବାର ମନଗଢା କାହାଣୀ ସୃଷ୍ଟି କରିଛି।

 ବାବା ସାହେବଙ୍କ ଅପମାନକୁ ଲୁଚାଇବା ସହିତ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସୁରକ୍ଷା ପାଇଁ  ସାଂସଦ ଆହତ ହେବାର ମନଗଢ଼ା କାହାଣୀ ରଚନା ହୋଇଛି। ସମ୍ବିଧାନର ଆତ୍ମା ଏବଂ ଭାରତର  ଗଣତନ୍ତ୍ର ଶାସକ ବିଜେପି ଦ୍ୱାରା ଆକ୍ରମଣର ଶିକାର ହୋଇଛି।ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ଅପମାନ କରି ଅମିତ ସାହା ଦେଶର କୋଟି କୋଟି ଦଳିତ ମାନଙ୍କ ପ୍ରତି ଭାଜପା ସରକାରଙ୍କ ଥିବା ଘୃଣା ମନଭାବକୁ ସ୍ପଷ୍ଟ କରିଛନ୍ତି । ଦେଶରେ ସମ୍ପ୍ରଦାୟକବାଦ ଓ ଘୃଣାର ବିଷ ସରକାରଙ୍କ ଇଙ୍ଗିତରେ ବ୍ୟାପିବାରେ ଲାଗିଛି।ଗଣତନ୍ତ୍ରର ସ୍ତମ୍ଭ ଦୁର୍ବଳ ହୋଇଯାଉଛି। ଗଣତାନ୍ତ୍ରିକ ପ୍ରକ୍ରିୟାକୁ ପ୍ରଭାବହୀନ କରାଯାଉଛି।

ସାରା ଦେଶରେ  ବ୍ୟାପୁଥିବା ହିଂସା ଏବେ ଦେଶବାସୀଙ୍କ ପାଇଁ ଚିନ୍ତାର ବିଷୟ। ଅସନ୍ତୋଷର ପ୍ରତ୍ୟେକ ସ୍ୱରକୁ ଦମନ କରିବାକୁ ସରକାର ଚାହୁଁଛନ୍ତି।ଯଦି କେହି ସରକାରଙ୍କ ସହ ସହମତ ନୁହଁନ୍ତି ଏବଂ ସାମ୍ବିଧାନିକ ପ୍ରକ୍ରିୟାରେ ପ୍ରଶ୍ନ ପଚାରନ୍ତି, ତେବେ ଇଡି, ସିବିଆଇ,ଇନକମ ଟ୍ୟାକ୍ସ ରେଡ୍ ମାଧ୍ୟମରେ ସରକାର ପ୍ରତିକ୍ରିୟାଶୀଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି।ସାମ୍ବିଧାନିକ ଏବଂ ନାଗରିକ ଅଧିକାର ଉପରେ ଏନକାଉଣ୍ଟର କରାଯାଉଛି।ଭାରତର ସଂଘୀୟ ବ୍ୟବସ୍ଥାକୁ ଭାଙ୍ଗିବା ପାଇଁ ପ୍ରକ୍ରିୟା ଚାଲିଛି। ଦେଶରେ ଅଘୋଷିତ ଜରୁରୀକାଳୀନ ପରିସ୍ଥିତି ପରି ପରିସ୍ଥିତି ସୃଷ୍ଟି ହୋଇଛି। ଏହି ପରିସ୍ଥିତି ଏକ ନେତା, ଏକ ପାର୍ଟି ଆଡ଼କୁ ଗତି କରିବାର ବିପଦପୂର୍ଣ୍ଣ ସଂକେତ ଯାହା ଆଗାମୀ ଦିନରେ  ଦେଶ ପାଇଁ ଘାତକ ହେବ ବୋଲି ସେ ମତବ୍ୟକ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *