କଟକ ସଦର,୨୧/୧୨/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ବଙ୍ଗୋପସାଗର ରେ ଲଘୁଚାପ ରୁ ଅଵପାତ ଫଳରେ ଶୀତ ଭିତରେ ବର୍ଷାର ଦାଉ କଟକ ସଦର ଅଞ୍ଚଳର ଚାଷୀଙ୍କ ମେରୁଦଣ୍ଡକୁ ଦୋହଲାଇ ଦେଇଛି। ଲାଗିରହିଥିବା ବର୍ଷା ସାଙ୍ଗକୁ ହାଡ଼ଭଙ୍ଗା ଶୀତ ଯୋଗୁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଅଵପାତ ଆଗାମୀ ୨୪ ଘଣ୍ଟା ଯାଏଁ ଉତ୍ତର ପୂର୍ଵ ମୁହାଁ ହେଉଥିବା ରୁ ଏହାର ବାହ୍ୟ ବଳୟ ସହିତ ଜଡିତ ମେଘ ସମୂହ ଏଵଂ ପଶ୍ଚିମା ଝଡର ଉପସ୍ଥିତି ହେତୁ ଉପକୂଳ ଓଡିଶା ତଥା ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ମେଘ ସହିତ ଥଣ୍ଡାର ପ୍ରକୋପ ଲାଗି ରହିଵ ଵୋଲି ଜଣାପଡିଛି। ସେଥିରେ ଲଗାଣ ଵର୍ଷା ଫଳରେ କଟକ ସଦରର ୪୨ ମୈ।ଜା, କନ୍ଦରପୁର, କିଶନନଗର, ନେମାଳ,ଵିଲହାଟ ପ୍ରଭୃତି ଅଞ୍ଚଳରେ ପାଚିଲା ଧାନ କିଆରୀ ପାଣିରେ ବୁଡି ରହିଛି। ସେହିପରି ବିଭିନ୍ନ ସ୍ଥାନରେ ହୋଇଥିବା ଲାଭକାରୀ କୋବି ଫସଲ ଵର୍ଷାରେ ନଷ୍ଟ ହୋଇଥିବା ଜଣାଯାଇଛି। ଏଥିପାଇଁ ଜୀଵନ ଜୀବିକା ର ଚାଷ ଉଜୁଡିଯିଵା ସମ୍ଭାବନା ଦେଖାଦେଇଥିବାରୁ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସି ରହିଛନ୍ତି। ଵର୍ଷା ଛାଡ଼ିବା ପରେ କୃଷି,ଉଦ୍ୟାନ କୃଷି ସହ ରାଜସ୍ବ ବିଭାଗ କ୍ଷୟକ୍ଷତିର ଆକଳନ କରି ଚାଷୀମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ସାଧାରଣରେ ଦାବି ହେଉଛି।
