ରୁଦ୍ର ପ୍ରସାଦ ସାହୁ ମେମୋରିଆଲ ଜୁନାଗଡ଼ କପ : ନବରଙ୍ଗପୁର କୁ ହରାଇ ସେମିଫାଇନାଲ ରେ ବ୍ରହ୍ମପୁର – – ଦର୍ଶକ ପାଇଲେ ୧୩ ହଜାର ଟଙ୍କା ।

ଜୁନାଗଡ଼, ୨୧/୧୨/୨୦୨୪ (ଓଡ଼ିଶା ସମାଚାର)- ସ୍ଥାନୀୟ ବିଜୁ ପଟ୍ଟନାୟକ ଷ୍ଟାଡିଅମ ଠାରେ ରୁଦ୍ର ପ୍ରସାଦ ସାହୁ ମେମୋରିଆଲ ଜୁନାଗଡ଼ କପ କ୍ରିକେଟ ରେ ନବରଙ୍ଗପୁର ଟସ ଜିତି ବେଟିଙ୍ଗ ନିଷ୍ପତି ନେଇ ଥିଲେ । ନବରଙ୍ଗପୁର ବେଟିଙ୍ଗ କରି ସମସ୍ତ ଉଇକେଟ ହରାଇ ୨୮ ଓଭର ରେ୧୬୨ ରନ ସଂଗ୍ରହ କରିଥିଲେ । ଜବାବ ରେ ବ୍ରହ୍ମପୁର ୨୮ ଓଭର ୧ ବଲ ରେ ଆଠ ଉଇକେଟ ହରାଇ ସମସ୍ତ ରନ ସଂଗ୍ରହ କରି ବିଜୟୀ ହୋଇଥିଲେ । ମେନ ଅଫ ଦି ମ୍ୟାଚ ସୋମ୍ୟରଞ୍ଜନ ବିଶ୍ୱାଳ ପାଇ ଥିଲେ । ନିୟୁ ରେଡ ଷ୍ଟାର ସ୍ପୋର୍ଟ୍ସ କ୍ଲବ ଦ୍ୱାରା ଆୟୋଜିତ ଏହି ଟୁର୍ନାମେଣ୍ଟ ରେ ଅତିଥି ଭାବେ ବଣିକ ସଂଘ ସମ୍ପାଦକ ପ୍ରଭାତ କୁମାର ଦାସ,ଆଇନ ଜୀବି ଚିତ୍ତରଞ୍ଜନ ନିଆଲ ଉପସ୍ଥିତ ଥିଲେ । ସନ୍ଧ୍ୟା ରେ ପାରିଷଦ ସଚିନ ଅନ୍ଧାନୀ, ଯୁବ ଇଞ୍ଜିନିଅର ସଞ୍ଜୟ ମଲ୍ଲିକ ,ବିଶିଷ୍ଟ ବ୍ୟବସାୟୀ ସନ୍ତୋଷ ଅଗ୍ରୱାଲ.ସଜନ ଗୋଏଲ ଅରବିନ୍ଦ ସାହୁ ,ସାମ୍ବାଦିକ ରାକେଶ ବେମାଲ ଯୋଗ ଦେଇ ଥିଲେ । ବିପ୍ଳବ ସିଂ ଓ ତେଜନ ଦୁର୍ଗା ଖେଳ ପରିଚାଳନା କରିଥିବା ବେଳେ ନୀତିଶ ମହାପାତ୍ର ,ସନ୍ତୋଷ ପୃଷ୍ଟି ଧାରାବିବରଣି ପ୍ରଦାନ କରିଥିଲେ । ମୁକେଶ ପୋଡ଼ ସ୍କୋରର ଦାୟିତ୍ୱ ନେଇଥିଲେ । ହାସୀମ ଖାନ ଅନଲାଇନ ସ୍କୋର ଦାଇତ୍ୱ ନେଇଥିଲେ । ୟୂ ଟ୍ୟୁବ ଲାଇଭ ରୀତିକ କରିଥିଲେ । ପଡିଆ ବାହାରେ ଗୋଟିଏ ହାତରେ ଦର୍ଶକ କ୍ୟାଚ ଧରିଲେ । ଅରବିନ୍ଦ ସାହୁ ଙ୍କ ଦ୍ୱାରା ଘୋଷିତ ୧୩ ହଜାର ଟଙ୍କା ପୁରସ୍କାର ଦର୍ଶକ ରୁପମ ମହାରଣା (ବ୍ରହ୍ମପୁର ) ଦୁଇଟି କ୍ୟାଚ ଧରି ପାଇଥିଲେ । ଆଜିର ଖେଳ ରେ କ୍ଲବ ସଭାପତି ହିମାଂଶୁ ଶେଖର ବରାଡ଼, ଚିଫ ଏକଜିକୁ୍ୟଟିଭ ସମୀର ସାହୁ, ଉପ ସଭାପତି ସରୋଜ କୁମାର ପଣ୍ଡା, ସମ୍ପାଦକ କାଳିନ୍ଦୀ ପାଣିଗ୍ରାହୀ ଅର୍ଗାନାଇଜ ସମ୍ପାଦକ ମାନସ ସାହୁ ,ସହ ସମ୍ପାଦକ କଂନେଇ ରାହୁଲ, ସୁଶୀଲ ଠାକୁର, କୋଷାଧ୍ୟକ୍ଷ ଦିଲୀପ ପଣ୍ଡା, ଦୀପକ ସାହୁ, ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ । ଆସନ୍ତା ୨୨ ତାରିଖ ବ୍ରହ୍ମପୁର ଓ କେସିଙ୍ଗା ମଧ୍ୟରେ ଖେଳ ଅନୁଷ୍ଠିତ ହେବ ବୋଲି କ୍ଲବ ତରଫରୁ ସୂଚନା ଦିଆ ଯାଇଛି ।

Leave a Reply

Your email address will not be published. Required fields are marked *