ଆଜି ଠାରୁ  ତାପମାତ୍ରା ବଢ଼ିବ ,  ୩୧ରୁ ପୁଣି ବର୍ଷା ଆଶଙ୍କା

ଭୁବନେଶ୍ୱର, ୨୯ /୦୧/୨୦୨୪ (ଓଡ଼ିଶା ସମାଚାର)- ରାଜ୍ୟରେ ସୋମବାର ଠାରୁ ତାପମାତ୍ରା ବୃଦ୍ଧିପାଇବ। ତାପମାତ୍ରା ବୃଦ୍ଧିଯୋଗୁ ବିଭିନ୍ନ ସ୍ଥାନରେ ଜାରି ରହିଥିବା ଶୀତର ପ୍ରକାପ ହ୍ରାସ ପାଇବ। ବର୍ତ୍ତମାନ ରାଜ୍ୟର କିଛି ସ୍ଥାନରେ ତାପମାତ୍ରା ସ୍ୱାଭାବିକ ଠାରୁ ତଳକୁ ଖସିଛି । ଏଥିପାଇଁ ଗତ ଦୁଇ ଦନି ହେବ ରାଜ୍ୟର ବିଭିନ୍ନ ଜିଲ୍ଲା ପାଇଁ ପାଣି ପାଗ କେନ୍ଦ୍ର ପକ୍ଷରୁ ଶୀତ ଲହରୀର ସତର୍କ ସଚୂନା ଜାରୀ କରାଯାଇଛି । ତେବେ ସୋମବାର ଠାରୁ ଧୀରେ ଧୀରେ ଏହି   ସ୍ଥିତିରେ  ପରିବର୍ତ୍ତନ ଆସିବ ଓ ତାପମାତ୍ରା ବୃଦ୍ଧି ଯୋଗୁ ଶିତ କମିବ । ପାଣିପାଗ କେନ୍ଦ୍ରର ସୂଚନା   ଅନୁଯାୟୀ, ସୋମବାର ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ୨ରୁ ୩ ଡ଼ିଗ୍ରୀ ପର୍ୟ୍ୟନ୍ତ ତାପମାତ୍ରା ବୃଦ୍ଧିପାଇବ। ଏହି  ସ୍ଥିତି ଆସନ୍ତା ୫ ଦନି ପର୍ୟ୍ୟନ୍ତ ଜାରି ରହିବା ସହ ବର୍ତ୍ତମାନ ତୁଳନାରେ ଶୀତ କମିବ। ଅନ୍ୟପଟେ ୩୧ ତାରିଖ ଠାରୁ ରାଜ୍ୟର କିଛି ଜିଲ୍ଲାରେ  ସ୍ୱଳ୍ପ ବର୍ଷା ହେବା ନେଇ ଆଶଙ୍କା କରାଯାଇଛ। ପଶ୍ଚିମା ଝଡ଼ ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ବର୍ଷା ଆଶଙ୍କା କରାଯାଇଛି । ୩୧ ତାରିଖ ରୁ ପରବର୍ତ୍ତୀ ୪ ଦନି ପର୍ୟ୍ୟନ୍ତ ବିଭିନ୍ନ ଜିଲ୍ଲାରେ ରେ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ଥିବା ପାଣି ପାଗ କେନ୍ଦ୍ର କହିଛି ।

Leave a Reply

Your email address will not be published. Required fields are marked *