ପାଟକୁରା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ନିକଟରେ ଗାଡ଼ି ପାର୍କିଂ ସମସ୍ୟା ସମାଧାନ ପାଇଁ ଗରଦପୁର ବ୍ଲକ ଅଧ୍ୟକ୍ଷଙ୍କ ପଦକ୍ଷେପ

ପାଟକୁରା,୧୨/୧୨/୨୦୨୪ (ଓଡ଼ିଶା ସମାଚାର)- ପାଟକୁରା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ଆଗରେ ଦୁଇଚକିଆ ଓ ଚାରି ଚକିଆ ଯାନ ର ପାର୍କିଂ ସମସ୍ୟା ଦ୍ବାରା ରୋଗୀସେବା ବାଧାପ୍ରାପ୍ତ ହେଉଥିଲା । ଫଳରେ ବହୁତ ସମୟରେ ଆମ୍ବୁଲାନ୍ସ ସେବା ଓ ଗୁରୁତର ରୋଗୀମାନଙ୍କ ଯାତାୟତରେ ନାନା ପ୍ରକାର ଅସୁବିଧା ସୃଷ୍ଟି ହେଉଥିଲା। ଏହାର ଆସୁ ସମାଧାନ ପାଇଁ ଗରଦପୁର ବ୍ଲକ ଅଧ୍ୟକ୍ଷ ଅଭୟ କୁମାର ମହାରାଜ ଆଜି ସେଠାରେ ପହଞ୍ଚି ଗରଦପୁର ତହସିଲଦାର, ଆରକ୍ଷୀ ଅଧିକାରୀ, ସ୍ବାସ୍ଥ୍ୟ ସେବା ଅଧିକାରୀ ଓ ସ୍ଥାନୀୟ ମୁରବି ବୁଲୁ ନନ୍ଦି ଏବଂ ତଳକୁସୁମା ସମିତି ସଭ୍ୟ ପ୍ରଭାସ ରଂଜନ ସାହୁ ଙ୍କ ସହଯୋଗ ରେ କହ୍ନେଇଲାଲ ମଠ ପଡ଼ିଆରେ ଗାଡ଼ି ଗୁଡ଼ିକ ପାର୍କିଂ କରିବା ପାଇଁ ବ୍ୟବସ୍ଥା କରିବା ସହ ପାଟକୁରା ଥାନା ଓ ସିକ୍ୟୁରିଟି ଗାର୍ଡ ଙ୍କୁ ଶାନ୍ତି ଶୃଙ୍ଖଳାର ସହିତ ଲୋକ ମାନଙ୍କୁ ସଚେତନ କରିବା ପାଇଁ ସହଯୋଗ ଲୋଡିଥିଲେ। ଏହା ଦ୍ବାରା ପାଟକୁରା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ୱସ୍ଥ୍ୟେ ସେବା ପାଇଁ ଆସୁଥିବା ରୋଗୀ , ସେମାନଙ୍କ ସହଯୋଗି ଓ ଆମ୍ବୁଲାନ୍ସ ଯାତାୟତରେ ସୁଧାର ଆସି ପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *