କେନ୍ଦ୍ରାପଡ଼ା, ୦୫/୦୨/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସହରରେ ସର୍ବପୁରାତନ ମୀର ରହେମତ୍ ଅଲ୍ଲୀଙ୍କ ମୟୁରୀ ଗ୍ରୁପର ଆଉ ଏକ ନୂତନ ମୟୁରୀ ଫେସନ୍ ରେଡିମେଡ୍ ଗାରମେଣ୍ଟ୍ ଦୋକାନ ବଡହାଟସ୍ଥିତ ମେନ୍ ରୋଡରେ ଉଦଘାଟିତ ହୋଇଯାଇଛି । 
ଏହି ରେଡିମେଡ୍ ଦୋକାନଙ୍କୁ ମୀର ରହେମତ ଅଲ୍ଲୀଙ୍କ ପତ୍ନୀ ତଥା ମୀର ମୁଜାଫର ଅଲ୍ଲୀଙ୍କ ମା’ ବଦରୁନ ନିଶା ଫିତାକାଟି ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଦୋକାନର ପ୍ରୋପାଇଟର ମୀର ମୁଜାଫର ଅଲ୍ଲୀ, ମୀର କୈାସର ଅଲ୍ଲୀ, କନେନ୍ ଫାତମା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଦୋକାନ ବଜାର ଦର ଠାରୁ ୨୦ପ୍ରତିଶତ କମ୍ ଦରରେ ଶିଶୁ, ବାଳକ,ବାଳିକା, ମହିଳା ଓ ପୁରୁଷମାନଙ୍କ ବିଭିନ୍ନ ପ୍ରକାର ଡ୍ରେସ ମାଟେରିଆଲ୍ସ ଗ୍ରାହକ ମାନଙ୍କୁ ଯୋଗାଇ ଦେଉଛି ।
ମୟୁରୀ ଫେସନର ନୂତନ ରେଡିମେଡ୍ ଦୋକାନ ଉଦଘାଟନ
