କେନ୍ଦ୍ରାପଡ଼ା,୨୦/୦୭/୨୦୨୫ (ଓଡ଼ିଶା ସମାଚାର)-ଜିଲା ସ୍ୱାସ୍ଥ୍ୟ ସମିତି, କେନ୍ଦ୍ରାପଡା ଅନ୍ତର୍ଗତ ସହରାଂଚଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ପକ୍ଷରୁ ଶନିବାର ସକାଳେ ଏକ ଡାଇରିଆ ସଚେତନତା ରଥ ଜିଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ମନୋରଞ୍ଜନ ରାଉତ ଉଦ୍ଘାଟନ କରି ଡାଇରିଆ ଦୂରୀକରଣ ପଦ୍ଧତି ବିଷୟରେ କହିଥିଲେ ।
ଏହି ସଚେତନତା ରଥ ଜୁଲାଇ ୧୯ ତାରିଖରୁ ୩୧ ଜୁଲାଇ ପର୍ଯ୍ୟନ୍ତ କେନ୍ଦ୍ରାପଡା ପୌରାଂଚଳ ର ସମ୍ପୂର୍ଣ୍ଣ ୨୧ ଟି ୱାର୍ଡରେ ବୁଲି ସଚେତନତା ବାର୍ତା ପ୍ରଦାନ କରିବ ଏବଂ
ବିଶେଷ ଭାବରେ ଜନ୍ମରୁ ୫ ବର୍ଷର ପିଲା ଥିବା ଘରକୁ ଘର ବୁଲି ସହରାଂଚଳ ଆଶା କର୍ମୀ ସଚେତନତା ବାର୍ତା ସାଙ୍ଗକୁ ଓ. ଆର. ଏସ. ଓ ଜିଙ୍କ ବଟିକା ବାଂଟୁଛନ୍ତି ଓ ଏହାର ବ୍ୟବହାର ସମ୍ପର୍କରେ କହୁଛନ୍ତି ।
ଏହି ରଥ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଏ ଡି ଏମ ଓ (ମେଡ଼ିକାଲ) ଡା. ପ୍ରମୋଦ କୁମାର ପ୍ରହରାଜ, ଅତିରିକ୍ତ ଜିଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ସଚ୍ଚିଦାନନ୍ଦ ମିଶ୍ର, ଡା. ପ୍ରଦୀପ ଦାସ, ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡ଼ିକାଲ ଅଫିସର ଡା. ସୁଶ୍ରୀ ଜେନା, ଡି ପି ଏମ ମନୋରଞ୍ଜନ ସାହୁ, ଡେପୁଟି ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ, ଜିଲା ଜନ ସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଶୁଭ ନାରାୟଣ ନାୟକ ଓ ସହରାଂଚଳ ଆଶା କର୍ମୀ ଓ ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ସହରାଂଚଳ ସ୍ୱାସ୍ଥ୍ୟ ସେବା ର ସହକାରୀ ମ୍ୟାନେଜର ମମତା ଦାଶ ପରିଚାଳନା କରିଥଲେ ।
