ଗରଦପୁର, ୧୧/୧୨/୨୦୨୪ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ କୋରୁଆସ୍ଥିତ ଲୋକନାଥ ମହାବିଦ୍ୟାଳୟ ର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଓଡ଼ିଶା ବିଧାନ ସଭା ପରିଦର୍ଶନ କରାଯାଇଛି । ବିଭାଗିୟ ମୁଖ୍ୟ ଡ଼ ସୁଶାନ୍ତ କୁମାର ପରିଡ଼ାଙ୍କ ତତ୍ୱାବଧାନରେ ବିଭାଗର ୪୦ ଜଣ ଛାତ୍ର ଛାତ୍ରୀ ବିଧାନସଭା ପରିଦର୍ଶନ କରି ଗୃହରେ ପ୍ରଶ୍ନକାଳ, ଶୂନ୍ୟକାଳରେ ଉପସ୍ଥିତ ରହି ଜ୍ଞାନ ଆହରଣ କରିଥିଲେ । ପରିଶେଷରେ ମାନ୍ୟବର ବାଚସ୍ପତି ମହୋଦୟା ଶ୍ରୀମତି ସୁରମା ପାଢ଼ୀଙ୍କୁ ଭେଟି ବାର୍ତାଳାପ କରିବା ସହିତ ତାଙ୍କ ସହିତ ବିଧାନସଭା ପରିସରରେ ଥିବା ଜାତିର ପିତା ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତି ନକଟରେ ମିଳିତଭାବେ ଫଟୋ ଉଠାଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପକ ସତ୍ୟବ୍ରତ ବେହେରା ଓ ଅଧ୍ୟାପକ ସୁମନ ମଲିକ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।