ଶ୍ରୀ ଶ୍ରୀ ନୃସିଂହଜୀଉଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ

କେନ୍ଦ୍ରାପଡ଼ା, ୨୩/୫/୨୦୨୪ (ଓଡ଼ିଶା ସମାଚାର)- ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ଦ୍ୱାରା ଜିଲାର ପଟ୍ଟାମୁଣ୍ଡାଇର ବଣିଆସାହିସ୍ଥିତ ନୃସିଂହ ଦାସଙ୍କ ବାସଭବନରେ ଶ୍ରୀ ଶ୍ରୀ ନୃସିଂହଜୀଉଙ୍କ ଏକ ନୂତନ ମନ୍ଦିର ଉଦଘାଟିତ ହୋଇଯାଇଛି । ଶ୍ରୀ ନୃସିଂହଜୀଉଙ୍କ ବିଗ୍ରହ ପରିକ୍ରମା କରାଯାଇ ମନ୍ଦିର ପ୍ରବେଶ କରାଯାଇଥିଲା । ପରେ ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ଉପସ୍ଥିତ ଲୋକମାନଙ୍କୁ ନୃସିହ ଚର୍ତୁଦର୍ଶୀ ପାଳନ କରିବାକୁ ପରାମର୍ଶ ଦେଇ କହିଥିଲେ ଯେ ନୃସିଂହ ଭଗବାନଙ୍କ ବିଜମନ୍ତ୍ର ପାଠକଲେ ପରିବାର, ଗ୍ରାମ ଓ ଦେଶର ମଙ୍ଗଳ ସାଧିତ ହୋଇଥାଏ । ଏହି ଉତ୍ସବରେ କାଉନସିଲର ପ୍ରଶନ୍ନ ଦାସ, ଶିକ୍ଷାବୀତ ପ୍ରମୋଦ କୁମାର ନାୟକ, ମଂଟୁ ଦାସ ପ୍ରମୁଖ ଉପସ୍ଥିତ ଥିବା ବେଳେ ଆଚାର୍ଯ୍ୟବର୍ଗଙ୍କ ଦ୍ୱାରା ଯଜ୍ଞକର୍ମ ସମାପନ ପୂର୍ବକ ପ୍ରଣବ ମହାମନ୍ତ୍ର ପାଠ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୁନମ ନାୟକ, ନୃସିଂହ ଦାସ, ଚିକୁନ ଦାସ, ନିଲୁ କୁମାର ଦାସ, ଧିରେନ୍ଦ୍ର କୁମାର ଦାସ, ତପସ୍ୱିନୀ ଦାସ ପ୍ରମୁଖ ସହଯୋଗ କରିଥିଲେ । ଏହି ଅବସରରେ ୬ଜଣଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ  କରାଯାଇଥିଲା । ଶେଷରେ ଭଜନ ପରିବେଷଣ କରାଯାଇଥିଲା ।

Leave a Reply

Your email address will not be published. Required fields are marked *