ଜଗତସିଂହପୁର,୨୮/୦୩/୨୦୨୬ (ଓଡ଼ିଶା ସମାଚାର)-ଜଗତସିଂହପୁର ଆଂଚଳିକ ପରିବହନ କାର୍ଯ୍ୟାଳୟ ତରଫରୁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ସହାୟତା ରେ ଜଗତସିଂହପୁର ବସ ଷ୍ଟାଣ୍ଡ ଠାରେ ଭାରି ଯାନ ଚାଳକ ଙ୍କୁ ନେଇ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ ହୋଇଥିଲା ।
ଏଥିରେ ଜଗତସିଂହପୁର ଘରୋଇ ବସ ମାଲିକ ସଂଘ କାର୍ଯ୍ୟାଳୟରେ ୩୩ ଜଣ ଭାରି ଯାନ ଚାଳକ ଙ୍କର ମାଗଣାରେ ଚକ୍ଷୁ ପରୀକ୍ଷା କରାଯାଇଥିଲା। ଏଥିରେ କନିଷ୍ଠ ମୋଟରଯାନ ନିରୀକ୍ଷକ ମନୋରମା ମାଝୀ, ଜଗତସିଂହପୁର ଘରୋଇ ବସ ମାଲିକ ସଂଘ ର କର୍ମକର୍ତ୍ତା ଏବଂ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ କର୍ମଚାରୀ ମାନେ ଉପସ୍ଥିତ ରହି ଶିବିରକୁ ଶୃଙ୍ଖଳିତ ସହ ପରିଚାଳନା କରିଥିଲେ। ପରେ ପରେ ପ୍ରବର୍ତ୍ତନ ବାଧ୍ୟତାମୂଳକ ଯାଞ୍ଚ ସହ ୫୨ ଟି ଅମାନିଆ ଗାଡ଼ି ଚାଳକଙ୍କ ଙ୍କ ଚାଲାଣ କଟିଥିଲା
