ରଜ ମହୋତ୍ସବ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

କଟକ ୧୬/୦୬/୨୦୨୬ (  ଓଡିଶା ସମାଚାର / ଅଭୟ ଜେନା) କଟକ ମହାନଗର ନିଗମର ୫୯ ନମ୍ବର ଓ୍ୱାର୍ଡ ଅନ୍ତର୍ଗତ ମୁଗଭଙ୍ଗା ଗ୍ରାମର ଆରାଧ୍ୟା ଦେଵୀ ମା’ଖରାଖାଇଙ୍କ ପବିତ୍ର ପୀଠରେ ମା’ଖରାଖାଇ ଯୁବକ ସଂଘ, ଗଣେଶ ପୂଜା କମିଟି ପକ୍ଷରୁ ପବିତ୍ର ରଜ ଉପଲକ୍ଷେ କୁନି କୁନି ପିଲାମାନଙ୍କ ମଧ୍ୟରେ ନୃତ୍ୟ, ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହେବା ସଙ୍ଗେ ସଙ୍ଗେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।

ଗ୍ରାମର ବୟୋଜ୍ୟେଷ୍ଠ ମୁରଵୀ ତଥା ସଂସ୍କୃତି ପ୍ରେମୀ ନବକିଶୋର ଦଳାଇଙ୍କ ପୈlରହିତ୍ୟରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ବାବା ସମ୍ବିତ ସାଗର ଦାସ ମହାରାଜ ମୁଖ୍ୟ ଅତିଥି, ଆଧ୍ୟାତ୍ମିକ ସ୍ତମ୍ଭକାର ଶ୍ରୀ ସନ୍ନ୍ୟାସୀ ଜୀ ମୁଖ୍ୟବକ୍ତା, ସମ୍ମାନିତ ଅତିଥି ଭାଵେ ବିଶିଷ୍ଟ ପାଲାକାର ଯୁଧିଷ୍ଠିର ପରିଜା, ଜ୍ଞାନଭାରତୀର ସଭାପତି ଵିନୋଦ ସେନାପତି ଓ ପୂର୍ବତନ କର୍ପୋରେଟର ପ୍ରମୋଦ କୁମାର ମହାପାତ୍ର, ସମାଜସେବୀ ଭାଗ୍ୟଧର ଦଳାଇ ଯୋଗ ଦେଇଥିଲେ।

ସମାଜରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ସମେତ ଗତ ମାଟ୍ରିକ ପରୀକ୍ଷାରେ ଭଲ ନମ୍ବର ରଖି କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରିଶେଷରେ କୁନି କୁନି ଶିଳ୍ପୀ ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସଂସ୍କୃତି ପ୍ରେମୀ ହେମନ୍ତ ଦଳାଇ,ଶରତ ଚନ୍ଦ୍ର ଦଳାଇ,କେଶବ ଦଳାଇ, ପ୍ରଫୁଲ୍ଲ ଦଳାଇ,ମୁକେଶ ସ୍ୱାଇଁ , ପ୍ରଦୀପ ଦାସ ଓ ମନୋରଞ୍ଜନ ଭୂୟାଁ ପ୍ରମୁଖ ପରିଚାଳନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଦେଖିବା ନିମନ୍ତେ ମୁଗ ଭଙ୍ଗା,ଖୁନକାର,ଵାଗଧରାପୁର,ଵମ୍ଫକୁଦ ସମେତ ଆଖପାଖ ଗ୍ରାମର ବହୁ ବ୍ୟକ୍ତିଙ୍କ ସମାଗମ ହୋଇଥିଲା।

Leave a Reply

Your email address will not be published. Required fields are marked *