କଟକ ସଦର ,୧୦/୧୨/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗରର ବରପୁତ୍ର, ଓଡ଼ିଶାର ପ୍ରଥମ ରାଜଵନ୍ଦୀ, ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ରାଜକୃଷ୍ଣ ବୋଷଙ୍କ ୧୨୪ ତମ ଜୟନ୍ତୀ ସମାରୋହ ଚଳିତ ମାସ ୧୭ ତାରିଖରେ ମହାସମାରୋହରେ ପାଳନ କରାଯିବାକୁ ଆଜି (ମଙ୍ଗଳବାର) ସଂଧ୍ୟାରେ କିଶନନଗର ଡ଼ାକବଙ୍ଗଳା ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହେବାକୁ ଯାଉଥିବା ଜୟନ୍ତୀ ସମାରୋହ ପାଳନ ପ୍ରସ୍ତୁତି ବୈଠକରେ ରାଜକୃଷ୍ଣ ବୋଷ ଜୟନ୍ତୀ କମିଟିର କାର୍ଯ୍ୟକାରୀ ସଭାପତି ସାଧୁ ଚରଣ ଜେନା, ସାଧାରଣ ସଂପାଦକ ଅଧ୍ୟାପକ ଡଃ କିଶୋର ଚନ୍ଦ୍ର ଦାଶ, କୋଷାଧ୍ୟକ୍ଷ ତ୍ରୈଲୋକ୍ୟ ନାଥ ଗୁଇଁ ଙ୍କ ସମେତ ଉତ୍କଳ ବିକାଶ ପରିଷଦ ସଭାପତି ଇଂ ପ୍ରଭାତ କୁମାର ସେଠୀ, କାର୍ଯ୍ୟକାରୀ ସଭାପତି ଵିମଳ ପଣ୍ଡା, ସଦର ବ୍ଲକ ଆତ୍ମା ସଭାପତି ରମା ପ୍ରସାଦ ବିଶ୍ୱାଳ, ସାମାଜିକ କର୍ମୀ ସୀତାରାମ ପଣ୍ଡା, ଛତ୍ରପତି ସିଂ, ଚିତ୍ତରଞ୍ଜନ ସାହୁ ପ୍ରମୁଖ ବହୁ ବ୍ୟକ୍ତିବିଶେଷ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।