ଲକ୍ଷ୍ମୀପୁର ୦୨/୧୨/୨୦୨୩ (ଓଡିଶା ସମାଚାର/ପ୍ରମୋଦ ଜେନା )- ଲକ୍ଷ୍ମୀପୁର ମହା ବିଦ୍ୟାଳୟ ଠାରେ ନୂଆ ଭୋଟର ପଞ୍ଜିକରଣ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ଏହା ନୂଆ ଯୁବ ଓଡ଼ିଶା ଓ ନବୀନ ଓଡିଶା କାର୍ଯ୍ୟକ୍ରମର ଏକ ସାମାଜିକ ସଚେତନ କାର୍ଯ୍ୟକ୍ରମ ହେଇଥିବା ବେଳେ ଏହି ସଚେତନ ମୂଳକ କାର୍ଯ୍ୟକ୍ରମ ଟିକୁ ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର ମୁଲେସିକା ଙ୍କ ଦ୍ୱାରା ଶୁଭାରମ୍ଭ ହୋଇ ଥିଲା । ଏଥିରେ ମହାବିଦ୍ୟାଳୟର ଯୁକ୍ତ ତିନି ଅଧ୍ୟକ୍ଷ ବିଜୁ ମୁଦୁଲି ଛାତ୍ର ଛାତ୍ରୀ ମାନଙ୍କୁ ନାଗରିକ ଅଧିକାର ଓ ଭୋଟର ପଞ୍ଜିକରଣ ସମ୍ବନ୍ଧରେ ପୁଙ୍ଖାନୁ ପୁଙ୍ଖ ଭାବେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଗ୍ରାମ ପଞ୍ଚାୟତ ଅଧିକାରୀ ସୁଧୀର ବେହେରା, ବ୍ଲକ ସମ୍ପ୍ରସାରଣ ଅଧିକାରୀ ଭାବତୋଷ ସ୍ୱାଇଁ, ଆଶିଷ ଗରଡ଼ା ଙ୍କ ସମେତ ଅନ୍ୟ କର୍ମଚାରୀ ବୃନ୍ଦ ଛାତ୍ର ଛାତ୍ରୀ ମାନଙ୍କୁ ନୂତନ ପଞ୍ଜିକରଣ କରିବାର ତାଲିମ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ର ନୋଡାଲ ଅଫିସର ଦୁର୍ୟ୍ୟୋଧନ ସାହୁଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ମାନେ ସହ ଯୋଗ କରିଥିଲେ।
