୭୮ ଜଣ କ୍ରିଉ ମେମ୍ବର ଅଟକ
ଜଗତସିଂହପୁର, ୧୦/୧୨/୨୦୨୪ (ଓଡ଼ିଶା ସମାଚାର)- ଗତକାଲି ଭାରତୀୟ ଜଳ ସୀମାରେ ବେଆଇନ ଭାବେ ମାଛ ଧରୁଥିବା ବେଳେ ବାଂଲାଦେଶର ଦୁଇଟି ଛୋଟ ଜାହାଜକୁ ଭାରତୀୟ ତଟ ରଖି ବାହିନୀ ପକ୍ଷରୁ ଜବତ କରାଯାଇ ପାରାଦ୍ୱୀପ ଅଣାଯାଇଛି। ଦୁଇଟି ଜାହାଜରେ ଥିବା ୧୬୦ଟନ ମାଛ ରହିଥିବାବେଳେ ମୋଟ ୭୮ ଜଣ କ୍ରିଉ ମେମ୍ବର ଥିଲେ। ଦୁଇ ଜାହାଜରେ ଥିବା କ୍ରିମାନଙ୍କୁ ଅଟକ ରଖାଯାଇ ଅଧିକ ପଚରା ଉଚରା କରାଯାଇଛି। ଭାରତୀୟ ତଟରଖି ବାହିନୀ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ସମୁଦ୍ର ମଧ୍ୟରେ ଭାରତୀୟ ତଟରଖି ବାହିନୀ ପଇତରା ମାରୁଥିବା ବେଳେ ଅନ୍ତର୍ଜାତିକ ଜଳସୀମା ପାର କରି ଭାରତୀୟ ଜଳ ସୀମା ମଧ୍ୟରେ ପଶି ବାଂଲାଦେଶୀ ଛୋଟ ଜାହାଜ ଲାଇଲା -୨ ଓ ଏଫଭି ମେଘନା ୫ ବେଆଇନ ଭାବରେ ମାଛ ମାରୁଥିବା ଦେଖିବାକୁ ପାଇଥିଲେ। ତତକ୍ଷଣାତ ତଟରଖି ବାହିନୀ ଉଭୟ ଜାହାଜକୁ ଜବତ କରି ପାରାଦ୍ୱୀପକୁ ଆଣିଥିଲା। ବିଭାଗ ପକ୍ଷରୁ ସେହି ଦୁଇଟି ଜାହାଜରେ ଥିବା ମୋଟ ୭୮ଜଣ କ୍ରିଉ ମେମ୍ବରଙ୍କୁ ଅଟକ ରଖି ଅଧିକ ପଚରା ଉଚରା କରାଯାଉଛି।
ଅନ୍ୟ ପକ୍ଷରେ ଜାହାଜ ମଧ୍ୟରେ ଅନ୍ୟ କିଛି ସାମଗ୍ରୀ ଅଛକି ନାହିଁ ସେ ସମ୍ପର୍କରେ ଅଧିକ ତଦନ୍ତ ପାଇଁ ତଟରଖି ବାହିନୀ କଷ୍ଟମ ବିଭାଗର ସହାୟତା ନେଇଥିବା ଜଣା ପଡ଼ିଛି।ଏହି ଦୁଇଟି ଜାହାଜରେ ମୋଟ ୧୬୦ଟନ ମାଛକୁ ନିଲାମ କରିବା ପାଇଁ ଯୋଜନା ଆରମ୍ଭ ହୋଇଛି।