କଟକ ରେଳଷ୍ଟେସନର ଅତ୍ୟାଧୁନିକ ଦୁତୀୟ ପ୍ରଵେଶ ଦ୍ୱାର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ଲୋକାର୍ପିତ

କଟକ ସଦର ,୦୭/୧୨/୨୦୨୪ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା): ୧୬ ନମ୍ବର ଜାତୀୟ ରାଜପଥକୁ ସଂଯୋଗ କରୁଥିବା କଟକ ରେଳଷ୍ଟେସନର ପୂର୍ଵ ପଟ ଶିଖରପୁର ଠାରେ ୧୫ କୋଟି ଵ୍ୟୟ ଅଟକଳରେ ୨୦୨୧ ମସିହାରୁ ନିର୍ମାଣାଧୀନ ଥିବା ଅତ୍ୟାଧୁନିକ କେନ୍ଦ୍ରୀୟ ଶୀତତାପ ନିୟନ୍ତ୍ରିତ ପ୍ରଵେଶ ଦ୍ୱାର କୁ ଆଜି (ଶନିବାର) ସଂଧ୍ୟାରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଲୋକାର୍ପିତ କରିଛନ୍ତି। ଉକ୍ତ ଅତ୍ୟାଧୁନିକ ପ୍ରଵେଶ ଦ୍ୱାର ଆନ୍ତର୍ଜାତିୟ ବିମାନ ବନ୍ଦରର ଭ୍ରମ ସୃଷ୍ଟି କରୁଥିବା ବେଳେ ରାଜ୍ୟର ପ୍ରଥମ ରେଳଷ୍ଟେସନ ଭାବେ ଯାତ୍ରୀମାନଙ୍କ ସୁବିଧା ପାଇଁ ଏଠାରେ ପ୍ରଧାନମନ୍ତ୍ରୀ ଜନଔଷଧି କେନ୍ଦ୍ର ଖୋଲାଯାଇଛି। ଏଥିସହିତ ଯାତ୍ରୀମାନଙ୍କ ପାଇଁ ଚାରିଟି ଟିକେଟ୍ କାଉଣ୍ଟର,ଲିଫ୍ଟ୍,ଏକ୍ସାଭେଟର, ଏକକାଳୀନ ପାଞ୍ଚଶହ ଯାତ୍ରୀ ମାନଙ୍କ ପାଇଁ ବସିବା ସୁବିଧା,ଦିଵ୍ୟାଙ୍ଗ ମାନଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା କରାଯାଇଛି। ସୂଚନାଯୋଗ୍ୟ ଯେ ଜାତୀୟ ରାଜପଥରେ ରେଳଷ୍ଟେସନ କୁ ଆସୁଥିବା ଯାତ୍ରୀ ମାନେ ଆଉ ଏଣିକି ଅସୁବିଧାର ସମ୍ମୁଖୀନ ହେବେ ନାହିଁ ବୋଲି ଜଣାପଡିଛି। ଆଜିର ଏହି ଲୋକାର୍ପଣ ଉତ୍ସବରେ କଟକ ଲୋକସଭା ସାଂସଦ ଭର୍ତୃହରି ମହତାବ, କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ,ଚୈ।ଦ୍ୱ।ର-କଟକ ବିଧାୟକ ସୈ।ଭିକ ବିଶ୍ୱାଳ, ମାହାଙ୍ଗା ବିଧାୟକ ଶାରଦା ପ୍ରଧାନ, ବଡ଼ମ୍ବା ବିଧାୟକ ବିଜୟ ଦଳବେହେରାଙ୍କ ସମେତ ରେଳ ବିଭାଗର ବରିଷ୍ଠ ଅଧିକାରୀ ମାନେ ଯୋଗଦାନ କରିଥିଲେ।

Leave a Reply

Your email address will not be published. Required fields are marked *